Masthead

ଡ୍ରୋନ ବିସ୍ଫୋରଣ ପ୍ରସଙ୍ଗ ଜାତିସଂଘରେ ଉଠାଇଲା ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜମ୍ମୁର ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉଠାଇଛି ଭାରତ । ଆତଙ୍କବାଦୀମାନେ ଡ୍ରୋନ ବ୍ୟବହାର କରି ବିସ୍ଫୋରଣ କରିଛନ୍ତି ବୋଲି ଭାରତ କହିଛି । ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଭିଏସକେ କୌମୁଦି କହିଛନ୍ତି ଯେ, ଆତଙ୍କବାଦୀମାନେ ପାକିସ୍ତାନ ସୀମାରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ମାନବ ବିହୀନ ବିମାନ ବ୍ୟବହାର କରୁଛନ୍ତି । ନୂତନ ଜ୍ଞାନକୌଶଳକୁ ଆତଙ୍କବାଦୀମାନେ ଅପବ୍ୟବହାର କରୁଛନ୍ତି । ଯାହାକି ,କ ବଡ଼ ବିପଦ ଭାବେ ଉଭା ହୋଇଛି । ଆତଙ୍କବାଦ ପ୍ରଚାର କରିବା, ଗୁଜବ ପ୍ରଚାର କରାଇବା ଏବଂ କ୍ୟାଡର ନିଯୁକ୍ତି ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଭଳି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ଅପବ୍ୟବହାର କରାଯାଉଛି।

ଏଥିସହ ଆତଙ୍କବାଦକୁ ଆର୍ଥିକ ସହାୟତା ଦେବା ପାଇଁ ନୂତନ ପେମେଣ୍ଟ ପଦ୍ଧତି ଏବଂ କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମର ଅପବ୍ୟବହାର କରାଯାଉଛି। ସଦସ୍ୟ ରାଷ୍ଟ୍ରର ଆତଙ୍କବାଦ ବିରୋଧୀ ଏଜେନ୍ସିର ମୁଖ୍ୟମାନଙ୍କ ଦ୍ୱିତୀୟ ଉଚ୍ଚସ୍ତରୀୟ ସମ୍ମିଳନୀରେ ସେ କହିଛନ୍ତି, “ଏକ ଶସ୍ତା ମୂଲ୍ୟର ବିକଳ୍ପ ଏବଂ ସହଜରେ ଉପଲବ୍ଧ ହେଉଥିବାରୁ ଆତଙ୍କବାଦୀ ଡ୍ରୋନକୁ ଗୁପ୍ତ ତଥ୍ୟ ସଂଗ୍ରହ, ଅସ୍ତ୍ରଶସ୍ତ୍ର / ବିସ୍ଫୋରକ ଚୋରା ଚାଲାଣ ଏବଂ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ