ajay

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶ ନିର୍ବାଚନ ଉପରେ । ଏନେଇ ଛୋଟ ଦଳ ଠାରୁ ଆରମ୍ଭ କରି ଜାତୀୟ ଦଳ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଋଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ଏହାକୁ ଦୃଷ୍ଟିରେ ରଖି ବିଜେପି ଜନଆର୍ଶିବାଦ ଯାତ୍ରା ଆରମ୍ଭ କରିଥିଲା ବେଳେ ବିରୋଧୀ ଦଳ ଏନେଇ ଦିଲ୍ଲୀରେ ବାରମ୍ବାର ବୈଠକ କରୁଥିବାର ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ ଉତ୍ତରପ୍ରଦେଶର କଂଗ୍ରେସ ରାଜ୍ୟ ୟୁନିଟ ମୁଖ୍ୟ ଅଜୟ କୁମାର ଲାଲୁ ବଡ଼ ବୟାନ ଦେଇଛନ୍ତି । ତେବେ କଂଗ୍ରେସ ଦଳ କେବଳ ଛୋଟ ଦଳ ସହ ମେଣ୍ଟ କରିବ ଏବଂ ବଡ଼ ଦଳ ସହ ହାତ ମିଳାଇବାକୁ ମଧ୍ୟ ଚିନ୍ତା କରିବ ନାହିଁ ବୋଲି ଅଜୟ କୁମାର ଲାଲୁ କହିଛନ୍ତି । ଏ କଥାଟି ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । କେବଳ ଏତିକି ନୁହେଁ ବରଂ ଗତ ୩୨ ବର୍ଷ ଧରି ଉତ୍ତରପ୍ରଦେଶକୁ ଭାରତୀୟ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି ଶାସନ କରି ଆସୁଛନ୍ତି ।

ତେଣୁ ଆସନ୍ତା ବର୍ଷ ରାଜ୍ୟରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ପାଇଁ ଲୋକ ଇଚ୍ଛା ପ୍ରକାଶ କରିଛନ୍ତି । ଏବଂ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ବାଦ୍ରାଙ୍କ ନେତୃତ୍ୱରେ ଦଳ ଜିତିବ ବୋଲି ଅଜୟ କୁମାର ଲାଲୁ ଦୃଢକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ । କାହିଁକି ନା ସେ ରାଜ୍ୟର ସାଧାରଣ ସମ୍ପାଦକ ଅଛନ୍ତି । ଏହା ସହ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ଜାତୀୟ ନେତୃତ୍ୱ ଗ୍ରହଣ କରିବେ ।

ଏହା ଛଡା ସବୁଠାରୁ ରୋଚକ କଥାଟି ହେଉଛି ଚଳିତ ବର୍ଷ ଦଳ ଏସପି ଓ ବିଏସପି ସହ ମେଣ୍ଟ ନ କରି, କେବଳ ଛୋଟ ଦଳ ମାନଙ୍କ ସହ ମେଣ୍ଟ କରିବ ବୋଲି ଅଜୟ କହିଛନ୍ତି । ଏହା ସହ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ଆମେ ଆଗକୁ ବଢୁଛୁ । ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ଆମେ ନିର୍ବାଚନରେ ଜିତିବୁ ବୋଲି ରାଜ୍ୟ ମୁଖ୍ୟ ସ୍ପଷ୍ଟ କରିଛନ୍ତି । ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, କୃଷକ ଆନ୍ଦୋଳନ, ଦାରିଦ୍ର୍ୟ, ସଂରକ୍ଷଣ ଓ ଗଣତନ୍ତ୍ରର ହତ୍ୟା ଭଳି ପ୍ରସଙ୍ଗରେ ବିଜେପି ବିରୋଧରେ ଉତ୍ତରପ୍ରଦେଶବାସୀଙ୍କର କ୍ରୋଧ ରହିଛି ।

ତେବେ ଏହି କ୍ରୋଧ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ କହିଛନ୍ତି । ଅନ୍ୟପଟେ ଉଭୟ ଏସପି ଏବଂ ବିଏସପି ମଧ୍ୟ କଂଗ୍ରେସ ସହ ସମ୍ପର୍କ ରଖିବାକୁ ବାରଣ କରିଛନ୍ତି । ଏହା ସହ ମାୟାବତୀ ଚଳିତ ବର୍ଷ ବିଧାନସଭାରେ ଏକାକି ଲଢିବେ ବୋଲି ମଧ୍ୟ କହିଛନ୍ତି ।ତେବେ ଏପଟେ ଏସପି ମୁଖିଆ ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କ ଦଳ ଆଞ୍ଚଳିକ ଦଳ ସହ ମିଶି ନିର୍ବାଚନ ଲଢିବ ।

 

Leave a Reply

Your email address will not be published. Required fields are marked *