Masthead

ଆଫଗାନରେ ଆଉ ଚଳିବନି ବିଦେଶୀ ମୁଦ୍ରା

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ତାଲିବାନ ଦଖଲ ପରେ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି । ଏଭଳି ସ୍ଥିତିରେ ଆଉ ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ। ଏଣିକି ଦେଶରେ ଚଳିବନି ବିଦେଶୀ ମୁଦ୍ରା । ଦେଶରେ ବିଦେଶୀ ମୁଦ୍ରା ପ୍ରଚଳନ କ୍ଷେତ୍ରରେ ନୂଆ ସରକାର ଲଗାଇଛି ପ୍ରତିବନ୍ଧକ । ସରକାରୀ ନିୟମ କଡ଼ାକଡ଼ି ଭାବେ ପାଳନ କରାନଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ ଇସଲାମିକ୍ ଏମିରେଟ୍ (ତାଲିବାନ) ସମସ୍ତ ନାଗରିକ, ଦୋକାନୀ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆଫଗାନିସ୍ତାନରେ ସମସ୍ତ କାରବାର କରିବାକୁ ଏବଂ ବିଦେଶୀ ମୁଦ୍ରା ବ୍ୟବହାରରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଏହି ଆଦେଶକୁ କେହି ଉଲ୍ଲଂଘନ କରନ୍ତି ତେବେ ସେହି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ବଜାରରେ ଆମେରିକୀୟ ଡଲାର ହେଉଛି ବିନିମୟର ବ୍ୟାପକ ମାଧ୍ୟମ। ଦେଶର ଅନେକ ସ୍ଥାନରେ କିଣାବିକା ପାଇଁ ଆମେରିକୀୟ ଡଲାର ବ୍ୟବହାର କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ