Masthead

ଚୈତନ୍ୟ ଉଦୟ ହେଲା ବନ ବିଭାଗର

ନୂଆଗାଁ (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଧୀରେ ଧୀରେ ପଦା ହେବାକୁ ବସିଲାଣି । ବନ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ହାତଗୁଞ୍ଜା ଦେଇ କାଠ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର କାଠ ବିକ୍ରି କରୁଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ କାଠ ଚୋରି ବଢ଼ିବାକୁ ଲାଗିଛି । ଏନେଇ ପୂର୍ବରୁ ମଧ୍ୟ ଖବର ପ୍ରସାରିତ ହୋଇଛି । ତେବେ ଖବର ପ୍ରସାରଣ ହେବା ପରେ ଚେତିଛି ବନ ବିଭାଗ । ଶନିବାର ମହିତ୍ତମା ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଖାଲମଡ଼ା ଗାଁରେ ଚଢ଼ଉ କରି ୪ଗୋଟି ଶାଳ ଲଗ, ୨ଗୋଟି ଶିଶିର ଲଗ, ୬ଗୋଟି ଶାଗୁଆନ ପଟା ଓ ୯ଗୋଟି ଶାଳପଟା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟର ରାକେଶ କୁମାର ସାହୁ ।

ମହିପୁର ବନଖଣ୍ଡରେ ଥିବା ଜଙ୍ଗଲରୁ କାଠ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏନେଇ ଫରେଷ୍ଟ ଗାର୍ଡ ବିଜୟ କୁମାର ସାହୁ କହିଛନ୍ତି, ବଡ଼ ଏରିଆ ହୋଇଥିବାରୁ ଏକା ଜଗିବା ସମ୍ଭବ ହୋଇପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ