ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ । ଏକ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ । ଏକ ହତ୍ୟା ମାମଲାରେ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ଟାଟା ବିରୋଧରେ ନାରାୟଣ ରେଡ୍ଡୀଙ୍କ ସହ ସ୍ଥାନୀୟ ଲୋକେ ଆନେ୍ଦାଳନ କରୁଥିଲେ । ସେହି ସମୟରେ ଆନେ୍ଦାଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରେ ସିନ୍ଧି ଗାଁରେ ମାରପିଟ୍ ହୋଇଥିଲା ।
ମାରପିଟରେ ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ନାରାୟଣଙ୍କ ସମେତ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା । କୋର୍ଟଙ୍କ ରାୟ ପରେ ନାରାୟଣ ରେଡ୍ଡୀ କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ଜୁଡିସିଆରି ଉପରେ ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରଭାବିତ ରାୟ । ରାୟ ବିରୋଧରେ ଉପର କୋର୍ଟକୁ ଯିବୁ କହିଛନ୍ତି ନାରାୟଣ ରେଡ୍ଡୀ ।