Masthead

ଜେଲ ଗଲେ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

କଟକ(ବଡ଼ ଖବର ବ୍ୟୁରୋ):  ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ । ସ୍ୱତନ୍ତ୍ର ଚିଟଫଣ୍ଡ ମାମଲାରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ତାଙ୍କୁ ଚୈାଦ୍ୱାର ଜେଲ୍ରେ ପଠାଇ ଦିଆଯାଇଛି । ଗତକାଲି ଚିଟଫଣ୍ଡ ମାମଲାରେ ତାଙ୍କୁ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ସୂଚନା ଅନୁଯାୟୀ ପଶ୍ଚିମ ଜୋନ୍ରେ ପୂର୍ବତନ ବିଧାୟକ ଏମଭି ପ୍ରସାଦ ୱାଲଫେୟାର ଗୃପ ଅଫ୍ କମ୍ପାନୀ ଖୋଲିଥିଲେ । ଏହି କମ୍ପାନୀର ଶାଖା ସେ ବିଭିନ୍ନ ଅଞ୍ଚଳରେ ଖୋଲିଥିଲେ । ଆନ୍ଧ୍ର,ଓଡିଶା,ଛତିଶଗଡ,ପ୍ରମୁଖ ରାଜ୍ୟରେ ଶାଖା ଖୋଲି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ୧୨୦୦କୋଟିରୁ ଅଧିକ ଟଙ୍କା ଆଦାୟ କରି ଆଉ ଫେରାଇ ନଥିଲେ । ଏ ନେଇ ଠକାମିର ଶିକାର ହୋଇଥିବା ସମୀର କୁମାର ସାହୁ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲ୍ୟୁ ମାମଲା ରୁଜ୍ଜୁ କରି ବିଶାଖାପାଟଣା ସ୍ଥିତ ଘରେ ଚଢାଉ କରିଥିଲା । ତାଙ୍କ ଘରୁ ନଗଦ ୪୫ ଲକ୍ଷ ଟଙ୍କା ଜବତ କରିଥିଲା । ଏହା ପରେ ତାଙ୍କୁ କଟକ ଅଣାଯାଇ ଚିଟଫଣ୍ଡ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ପରେ ଏମ.ଭି ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । ତେବେ ସୋମବାର ଜାମିନ ଆବେଦନ ପାଇଁ ଶୁଣାଣି ହେବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି