କୋଣାର୍କ (ବଡ଼ ଖବର ବ୍ୟୁରୋ): ଲୋନ ଦେବା ନାଁରେ ଠକେଇ । ଟଙ୍କା ଆଦାୟ କରିବାକୁ ଯାଇ ମହିଳା ହଟହଟା । ମହିଲାଙ୍କୁ ଘେରିଲେ ଗାଁ ଲୋକେ । କୋଣାର୍କ ଥାନା କୁରୁଜଙ୍ଗ ପଞ୍ଚାୟତର କୁରୁମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ ର ମହିଳାଙ୍କୁ ଲୋନ କରାଇଦେବା ନାଁରେ ଟଙ୍କା ଆଦାୟ କରି ହଟହଟା ହେଇଛନ୍ତି ଜଣେ ମହିଳା ଓ ତାଙ୍କ ସ୍ୱାମୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ରାଇବେରୁଆଁ ଗାଁ ର ସଖିଲତା ବେହେରା କୁରୁଜଙ୍ଗ ପଞ୍ଚାୟତର ଅନେକ ଗାଁ ସହିତ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଅନେକ ଗାଁ ଲୋକଙ୍କ ଠାରୁ ଲୋନ କରାଇଦେବା ନାଁରେ ଟଙ୍କା ଆଦାୟ କରୁଥିଲେ।
ମହିଳା ଜଣଙ୍କ ଗାଁ ଲୋକଙ୍କଠାରୁ ଟଙ୍କା ନେଇ ଲୋନ କରାଇଦେଇଥିଲେ । ୩ ମାସ ପରେ ମଧ୍ୟ ମହିଳା ଧରାଛୁଆଁ ଦେଇନଥିଲେ । ମଙ୍ଗଳବାର ମହିଳାଙ୍କୁ ଗାଁ ଲୋକେ ଅଟକ ରଖି ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ । ଦୀର୍ଷ ସମୟ ଅଟକ ରଖିବା ପରେ ଥାନାରେ ଏତଲା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ କୋଣାର୍କ ଥାନା ଏସ.ଆଇ ଇତିପ୍ରିୟା ଦାଶ ଏକ ଟିମ ସହ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଥିଲେ ।