Masthead

ସରକାରକୁ ଆସିଲେ ସମସ୍ଥଙ୍କୁ ମାଗଣା ଚିକିତ୍ସା

ପଞ୍ଜାବ(ବଡ଼ ଖବର ବ୍ୟୁରୋ): ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁରୁବାର ମିଶନ ପଞ୍ଜାବକୁ ଆଗେଇ ନେଇଛନ୍ତି। ଦୁଇ ଦିନିଆ ପଞ୍ଜାବ ଗସ୍ତ ସମୟରେ କେଜ୍ରିୱାଲ ଗୁରୁବାର ଦିନ ଲୁଧିଆନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଜାବବାସୀଙ୍କୁ ୬ ଟି ଗ୍ୟାରେଣ୍ଟି ଦେଇଛନ୍ତି। କେଜ୍ରିୱାଲ ଘୋଷଣା କରିଛନ୍ତି ସରକାରକୁ ଆସିଲେ ପଞ୍ଜାବବାସୀ ସମସ୍ତେ ମାଗଣା ଚିକିତ୍ସା ପାଇବେ। ଏଥିସହ ସେ ହହିଛନ୍ତି ସମସ୍ତ ଓୌଷଧ ଏବଂ ସମସ୍ତ ପରୀକ୍ଷା ସହିତ ଚିକିତ୍ସା ବିନା ମୂଲ୍ୟରେ କରାଯିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ ଯେଉଁଥିରେ ପ୍ରତ୍ୟେକ ସୂଚନା ରେକର୍ଡ ହେବ । ୧୬୦୦୦ କ୍ଲିନିକ୍ ଖୋଲାଯିବ। ପ୍ରତ୍ୟେକ ଗ୍ରାମରେ କ୍ଲିନିକ୍ ରହିବ । ସରକାରୀ ଡାକ୍ତରଖାନା ମରାମତି କରାଯିବ। ସହ ବଡ଼ ଆକାରରେ ନୂତନ ଡାକ୍ତରଖାନା ଖୋଲାଯିବ । ସଡକ ଦୁର୍ଘଟଣା ହେଲେ ସରକାର ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ଵ ନେବେ। ପ୍ରତ୍ୟେକ ସହରରେ ପ୍ରେସ କ୍ଲବ ପ୍ରତିଷ୍ଠା କରାଯିବ।

ଏହାପୂର୍ବରୁ କେଜ୍ରିୱାଲ ପଞ୍ଜାବର ସ୍ୱାସ୍ଥ୍ୟ ସୁବିଧା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ପଞ୍ଜାବରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସା ନାହିଁ ଏବଂ ବ୍ୟକ୍ତିଗତ ଭାବେ ଲୁଟ୍ ମଧ୍ୟ ହେଉଛି। ୭ ବର୍ଷ ପୂର୍ବେ ଯେତେବେଳେ ଆମେ ଦିଲ୍ଲୀରେ ସରକାର ଆରମ୍ଭ କରିଥିଲୁ, ସେତେବେଳେ ଏହାର ଅବସ୍ଥା ଖରାପ ଥିଲା। ଆମ ସରକାର ଆସିବା ପରେ ଏବେ ଦିଲ୍ଲୀର ସ୍ଥିତି ବଦଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ