Masthead

ପେଟ୍ରୋଲିୟମ ଉତ୍ପାଦଠାରୁ ଖାଦ୍ୟ ବିତରଣ ଆପ୍ସ ପର୍ଯ୍ୟନ୍ତ ହେବ ଜିଏଷ୍ଟି କାଉନସିଲିଂ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ମହାମାରୀ ଅନେକ ଜଣଙ୍କ ପ୍ରାଣ ନେବା ସହ କ୍ଷତି ଘଟାଇଛି । କରୋନା ପାଇଁ ଦେଶରେ ହୋଇଥିବା କ୍ଷତିର ଆକଳନ କରିବା ପାଇଁ ଆଜି ଲକ୍ଷେ୍ନରେ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୮ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧୀମାନଙ୍କ ସହିତ ଏହି ବୈଠକ କରିବାର ସୂଚନା ମିଳିଛି । ୫୦ରୁ ଅଧିକ ସାମଗ୍ରୀ ଏବଂ ସେବା ହାରରେ ସଂଶୋଧନ ସହିତ ପେଟ୍ରୋଲ, ଡ଼ିଜେଲ ଏବଂ ବିମାନ ଇନ୍ଧନ ପରି ପେଟ୍ରୋଲିୟମ ଉତ୍ପାଦକୁ ଦେଶବ୍ୟାପୀ ଟିକସ ଅଧୀନରେ ଆଣିବା ଉପରେ ଆଲୋଚନା ହିଁ ଜିଏସଟି ପରିଷଦ ବୈଠକର ଏଜେଣ୍ଡା ରହିଛି । ଏହା ସହ ଜିଏସଟି ଯୋଗୁଁ ରାଜସ୍ୱ କ୍ଷତି ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବାର ସୂଚନା ମିଳିଛି ।

ଅପରପକ୍ଷରେ ୨୦୧୭ ମସିହା ଜୁଲାଇ ୧ ତାରିଖ ଠାରୁ ଲାଗୁ ହୋଇଥିବା ଜିଏସଟି ନିୟମ ଏକ ଆଶ୍ୱାସନା ପ୍ରଦାନ କରିଛି ଯେ ଯଦି ରାଜସ୍ୱ ପୋଷ୍ଟର ଅଭିବୃଦ୍ଧି ୧୪ ପ୍ରତିଶତରୁ କମ ଥାଏ । ତାହାଲେ ସେମାନେ ନିଦ୍ଧିଷ୍ଟ ବର୍ଗର ସ୍ୱତନ୍ତ୍ର ସେସ ମାଧ୍ୟମରେ ପାଞ୍ଚ ବର୍ଷ ପାଇଁ ଅଭାବ କ୍ଷତିପୂରଣ ପାଇବେ । ଅନ୍ୟପଟେ ଅଭାବର ସମ୍ମୁଖୀନ ହୋଇ ରାଜ୍ୟଗୁଡ଼ିକ ଜୁନ ୨୦୨୨ ମସିହା ସମୟସୀମାଠାରୁ ଅଧିକ କ୍ଷତିପୂରଣ ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । କାହିଁକିନା ମହାମାରୀ ସମୟରେ ରାଜସ୍ୱରେ ଏକ ବଡ଼ କ୍ଷତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି