Masthead

ପାନକାର୍ଡ ଠିକଣାରେ ପ୍ରେମିକର ଘରେ ପୂର୍ଣ୍ଣିମା

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ପ୍ରେମ ଶାସ୍ୱତ, ପ୍ରେମ ପବିତ୍ର । ପ୍ରେମ କରିବା ଅପରାଧ ନୁହେଁ । ପ୍ରେମ କୌଣସି ପ୍ରତିବନ୍ଧକ ମାନେନାହିଁ । ସୁଦୂର ବାଙ୍ଗାଲୋରରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ୧୫୦୦ କି.ମି ଅତିକ୍ରମ କରି ଓଡ଼ିଶାର ନୂଆପଡ଼ାରେ ପହଞ୍ଚିଛି । ସୂଚନାନୁଯାୟୀ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ତାଲାକୋଟ ଗାଁର ଜ୍ୟୋତିଷ ମାଝୀ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ତାଙ୍କ ସହ ଦେଖାହୁଏ ପୂର୍ଣ୍ଣିମା ଦେବୀଙ୍କର । ବୋଧହୁଏ ପ୍ରେମର ପହିଲି ପଲକ ଓ ପୁଲକ ସେବେଠୁ ପଡିସାରିଥିଲା । ଉଭୟ ଥିଲେ ପ୍ରେମରେ ମସଗୁଲ । ହଠାତ ପ୍ରେମରେ ପଡିଲା ଭଟ୍ଟା, ଜ୍ୟୋତିଷକୁ ଗାଁକୁ ଫେରିବାକୁ ପଡିଲା ।

କହିବା ମୁତାବକ ଗାଁରୁ ଜ୍ୟୋତିଷର ଫେରିବା ବିଳମ୍ବ ହେବାରୁ ତା ସହ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରିଥିଲା ପୂର୍ଣ୍ଣିମା । ସେଥିରେ ସୁଫଳ ନ ହେବାରୁ ବାଧ୍ୟ ହୋଇ ପାନକାର୍ଡ ଠିକଣାରେ ପ୍ରେମିକକୁ ଖୋଜି ଖୋଜି ତା ଗାଁରେ ପହଞ୍ଚିଲା ପ୍ରେମିକା । କିନ୍ତୁ ପ୍ରେମିକ କି ପ୍ରେମିକର ପରିବାର ପୂର୍ଣ୍ଣିମାକୁ ଗ୍ରହଣ କରିନଥିଲେ । ଶେଷରେ ସାହିପଡ଼ିଶାଙ୍କ ନିଷାପରେ ପୂର୍ଣ୍ଣିମାକୁ ଘରେ ଜାଗା ଦେଇଥିଲେ ଜ୍ୟୋତିଷର ପରିବାର । ହେଲେ ତାଙ୍କ ସହ ଉପଯୁକ୍ତ ବ୍ୟବହାର ନକରିବା ଫଳରେ ପୂର୍ଣ୍ଣିମା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତକରି ଆପୋଶ ବୁଝାବଣା ମାଧ୍ୟମରେ ପୂର୍ଣ୍ଣିମାକୁ ଜ୍ୟୋତିଷର ଘରେ ଛାଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ