Masthead

ଗୋପାଳ ଛୁଟିକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ମତ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋପାଳ ଛୁଟିକୁ ନେଇ ସରକାରଙ୍କ ଗୋଳମାଳିଆ ତଥ୍ୟ । ମନ୍ତ୍ରୀଙ୍କ ଉତ୍ତରରେ ରହୁନି ତାଳ ମେଳ । ଗୋପାଳ ଦାସର ଛୁଟିକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଦୁଇଟି ଭିନ୍ନ ଭିନ୍ନ ଉତ୍ତରକୁ ନେଇ ବଢିଲା ଦ୍ୱନ୍ଦ୍ୱ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଲିଖିତ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ୨୦୧୫ରେ ଗୋପାଳ ଏମକେସିଜିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସା ହେଉଥିଲେ। ୧୧୯ ଦିନ ପାଇଁ କାମରୁ ଛୁଟିରେ ଥିଲେ ଗୋପାଳ ଦାସ । ଫିଟନେସ୍ ସାର୍ଟିଫିକେଟ୍ ଦେଖାଇ କାର୍ୟ୍ୟରେ ଦେଇଥିଲେ ଯୋଗ ।

କିନ୍ତୁ ନରସିଂହ ମିଶ୍ରଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଥିବା ଉତ୍ତର ସମ୍ପୂର୍ଣ୍ଣ ଭିନ୍ନ । ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୫ ରେ ନିଜ ଅସୁସ୍ଥତା ପାଇଁ କୈାଣସି ଛୁଟି ନେଇନାହାନ୍ତି ଗୋପାଳ। କେବଳ ୨୦୧୫ ନୁହେଁ ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଶାରିରୀକ ଅସୁସ୍ଥତା ପାଇଁ କୈାଣସି ଛୁଟି ନେଇନଥିଲେ ଗୋପାଳ। କିନ୍ତୁ ୨୦୧୪-୨୦୧୫ ମଧ୍ୟରେ ଗୋପାଳ ବିନା ଅନୁମତିରେ ଛୁଟିରେ ରହି ପରବର୍ତ୍ତୀ ସମୟରେ ମାନସିକ ରୋଗ ଚିକିତ୍ସା ହେଉଥିବା ଦର୍ଶାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି