Masthead

କାର୍ଯ୍ୟକାରୀ ହୋଇପାରୁ ନାହିଁ ସରକାରୀ ଯୋଜନା

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଯୋଜନା ମାଳମାଳ, କିନ୍ତୁ କାର୍ଯ୍ୟକାରୀ ହୋଇପାରୁନାହିଁ । ସ୍ଥାନୀୟ ପ୍ରସାଶନ ଆଢ଼ୁଆଳରେ ଅସହାୟ ଅବସ୍ଥାରେ ରହିଛନ୍ତି ବୃଦ୍ଧା ମାଉସୀ ସାବିତ୍ରୀ ବେହେରା । ସରକାରୀ ସହାୟତା କହିଲେ ମାତ୍ର ପାଞ୍ଚ କିଲୋ ଚାଉଳ ଓ ଭତ୍ତା। ନା ଅଛି ସରକାରୀ ପକ୍କାଘର ନା ଶୁଦ୍ଧ ପାନୀୟ ଜଳ। ମାଉସୀଙ୍କର ନା ସ୍ୱାମୀ ଅଛନ୍ତି ନା ପିଲାମାନେ। ବଞ୍ଚିବା ପାଇଁ ଅହରହ କରୁଛନ୍ତି ସଂଗ୍ରାମ ।

ଲୋକମାନେ ଯାହା ଦିଅନ୍ତି ସେଥିରେ ସେ ଖାଇପିଇ ବଞ୍ଚିଛନ୍ତି। ଏ ଦୃଶ୍ୟ ହେଉଛି ବାଲିଆପାଳ ବ୍ଲକ ପଞ୍ଚୁପାଲି ପଞ୍ଚାୟତର କାଳସିମୁଳି ଗ୍ରାମର । ଜରିପାଲ ତଳେ ଜୀବନ ବିତାଉଥିବା ସାବିତ୍ରୀ ବେହେରା । ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳ ପାଇବାର ଥିବାବେଳେ ମାତ୍ର ପାଉଛନ୍ତି ପାଞ୍ଚ କିଲୋ ଚାଉଳ । ତେବେ ସରକାର ତାଙ୍କୁ ପକ୍କାଘର ସହ ଶୁଦ୍ଧ ପାନୀୟ ଜଳ ୩୫ କିଲୋ ଚାଉଳ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ