Masthead

ସରକାର କହିଲେ ବିକ୍ରି ହେବ କେବଳ ହଲମାର୍କ ସୁନା, ବିନା ହଲମାର୍କ ସୁନାର କରିବେ କ’ଣ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁନାର କ୍ରୟ ବିକ୍ରୟରେ ହଲମାର୍କିଂ ବାଧ୍ୟତାମୂଳକ । ଯାହାକୁ ନେଇ ବିନା ହଲମାର୍କ ସୁନାଗହଣା ରଖିଥିବା ଲୋକଙ୍କ ଚିନ୍ତା ବଢ଼ିଛି । ଏହାକୁ ବିକ୍ରି କରିବା ଠାରୁ ପୁଣି ସୁନା ବନ୍ଧକ ଋଣ ପର୍ଯ୍ୟନ୍ତ ଏହାକୁ କେମିତି ବ୍ୟବହାର କରିବେ ତାହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ତେଣୁ ବିନା ହଲମାର୍କ ସୁନା ଗହଣା ଉପରେ ସରକାର ଜାରି କରିଛନ୍ତି ନିୟମ । କେନ୍ଦ୍ର ସରକାର ସୁନା ଗହଣା ଠାରୁ ପୁଣି ସୁନାର କ୍ରୟ ବିକ୍ରୟ ନେଇ ନୂଆ ଗାଇଡ ଲାଇନ୍ ଜାରି କରିସାରିଛନ୍ତି । ଏହି ଗାଇଡ଼ଲାଇନ ଅନୁସାରେ ହଲମାର୍କରେ ସୁନା ଗହଣା ବିକ୍ରି କରି ପାରିବେ ନାହିଁ ଗହଣା ଦୋକାନୀ ।

ଏଭଳି ସ୍ଥଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ସେମାନଙ୍କ ନିକଟରେ ଥିବା ସୁନା ଗହଣା ବା ସୁନାକୁ ସେମାନେ କିଭଳି ବିକ୍ରି କରିବେ । ଏହାସହ ସେମାନେ ଭାବୁଛନ୍ତି କି ବିନା ହଲମାର୍କରେ ଥିବା ଗହଣାକୁ ସେମାନେ କିଭଳି ଭାବେ ହଲମାର୍କିଂ କରିପାରିବେ । ତେବେ ଗ୍ରାହକଙ୍କଠାରୁ ସୁନା କିଣିବା ପାଇଁ ହଲମାର୍କିଂ ନିୟମ ଲାଗୁ ହେବ ନାହିଁ । ହେଲେ ସାରା ଦେଶର ୨୫୬ ଜିଲ୍ଲାରେ ଜୁନ ୧୬ ତାରିଖ ଠାରୁ ଗହଣା ବ୍ୟବସାୟୀ ମାନେ କେବଳ ହଲମାର୍କିଂ ସୁନା ଗହଣା ବିକ୍ରି କରିପାରିବେ । ଅନ୍ୟପଟେ ଗ୍ରାହକମାନଙ୍କ ଠାରୁ ସୁନା ବ୍ୟବସାୟୀ ବା ଗହଣା ଦୋକାନୀ ମାନେ ବିନା ହଲମାର୍କିଂ ସୁନା ବା ସୁନାର ଗହଣା କିଣି ତାକୁ ପୁଣି ନିୟମ ମୁତାବକ ହଲମାର୍କିଂ କରିପାରିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି