Masthead

ସଚିନଙ୍କୁ ଶେଷ ମ୍ୟାଚରେ ବିଜୟ ଦେଇଥିଲେ ଜଣେ ଓଡ଼ିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଚିନ ତେନ୍ଦୁଲକର । ତାଙ୍କ ପରି କ୍ରିକେଟ ଜଗତରେ ନା କେହି ଥିଲେ ନା ଆଉ କେହି ଆସିବେ । କ୍ରିକେଟରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି କ୍ରିକେଟ ପ୍ରେମିଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି । କୁହାଯାଏ ଜଣେ ଖେଳାଳୀ ଲାଗି ତାର ଅନ୍ତିମ ମ୍ୟାଚ୍ ହିଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରେ ଥାଏ ଦେଶ ତଥା ଦେଶ ବାହାରର ସବୁ କ୍ରିକେଟ ପ୍ରେମିଙ୍କ ନଜର । ୨୪ବର୍ଷ କ୍ୟାରିଅର ପରେ ସଚିନଙ୍କ ଶେଷ ମ୍ୟାଚ୍ ଥିଲା ,୨୦୧୩ ମସିହା ୧୪ ନଭେମ୍ବରରେ । ମୁମ୍ବାଇଠାରେ ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଥିଲା ଟେଷ୍ଟ ମ୍ୟାଚ୍ । ମାଷ୍ଟର ବ୍ଲାଷ୍ଟରଙ୍କ ବିଦାୟୀ ମ୍ୟାଚ୍ରେ ବିଜୟ ହେଉ ,ସେଥିପାଇଁ ସାରା ଦେଶ ପ୍ରାର୍ଥନା ମଧ୍ୟ କରୁଥିଲା । ତେବେ ଏହି ମ୍ୟାଚ୍ରେ ଇଣ୍ଡିଆର ବିଜୟ ହୋଇଥିଲା । ସେହିପରି ସଚିନ ଏହି ମ୍ୟାଚ୍ରେ ଅର୍ଦ୍ଧ ଶତକ ମାରିଥିଲେ । ହେଲେ ଏହି ବିଶାଳ ବିଜୟ ପଛରେ ଥିଲା ଜଣେ ଓଡ଼ିଆ ପୁଅଙ୍କ ହାତ । ୩ ଦିନିଆ ଏହି ମ୍ୟାଚ୍ରେ ସ୍ପିନର ପ୍ରଜ୍ଞାନ ଓଝା ଖୁବ ଚମକ୍ରାର ପ୍ରଦର୍ଶନ କରିଥିଲେ । ଉଭୟ ଇନିଂସରେ ପାଞ୍ଚ ୱିକେଟ ଲେଖାଏଁ ମାନେ ସମୁଦାୟ ୧୦ଟି ୱିକେଟ ନେଇଥିଲେ । ପ୍ରଜ୍ଞାନ ଓଝା ହୋଇଥିଲେ, ମ୍ୟାନ୍ ଅଫ ଦ ମ୍ୟାଚ୍ । ନିଜେ ସଚିନ ମଧ୍ୟ ପ୍ରଜ୍ଞାନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଆଉ ପ୍ରଜ୍ଞାନଙ୍କ ଏହି ଚମକ୍ରାର ପ୍ରଦର୍ଶନ ସଚିନଙ୍କ ଶେଷ ମ୍ୟାଚ୍କୁ ଏକ ଅଭୁଲା ସ୍ମୃତି କରିଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି