Masthead

ଓଡ଼ିଶାରେ ପଶିଲେ, ଅଧିକାରୀଙ୍କୁ ଧମକାଇଲେ

ଗଜପତି (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପଶିଲେ ଓଡ଼ିଶା ଅଧିକାରୀଙ୍କୁ ଧମକାଇଲେ । କେବଳ ପ୍ରଶାସନ ନୁହେଁ ଖୋଦ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓଡ଼ିଶାରେ ପଶି ଲୋକଙ୍କ ସହ ବୈଠକ କରିବା ସହ ଗଜପତି ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଖୋଲା ଧମକ ଦେଇଛନ୍ତି । ଗଜପତି ଜିଲ୍ଲା ରାୟଗବା ବ୍ଲକ ମାଣିକପାଟଣାରେ ଓଡ଼ିଶା ଅଧିକାରୀଙ୍କୁ ଧମକାଇଛନ୍ତି ।

ଆନ୍ଧ୍ରମନ୍ତ୍ରୀ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇନେବା ସହ ସେଠାରେ ଥିବା ଓଡ଼ିଶା ଅଙ୍ଗନୱାଡି କେନ୍ଦ୍ରକୁ ଉଡାଇ ଦେବାର ଧମକ ଦେଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଆନ୍ଧ୍ର ସରାରଙ୍କ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ସିଦ୍ଧିରି ଆପଲରାଜୁ ଅଧିକ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ମାଣିକପାଟଣାରେ ପହଂଚି ଖୋଲାଖୋଲି ଦାଦାଗିରି ପ୍ରଦର୍ଶନ କରିଥିଲେ ।

ଏପରିକି ସେଠାରେ ଥିବା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇ ନେବାର ଖୋଲା ଧମକ ଦେଇଥିଲେ । ଏହା ଆନ୍ଧ୍ରର, ତେଣୁ ଏଠାରେ ଚାଲୁଥିବା ଆନ୍ଧନ୍ଦ୍ରର ଅଙ୍ଗନବାଡି କେନ୍ଦ୍ରକୁ ଯିଏ ବନ୍ଦ କରିବ ତାକୁ ଗିରଫ କରାଯିବ ବୋଲି କହିବା ସହ ଏଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବାର ଧମକ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ