Before Header

ସାଂସଦ ଅର୍ଜୁନ ସିଂହଙ୍କ ଘରକୁ ପୁଣି ବୋମା ମାଡ

0 64

କୋଲକାତା(ବଡ଼ ଖବର ବ୍ୟୁରୋ) : ବିଜେପି ସାଂସଦଙ୍କ ଘର ଉପରକୁ ପୁଣି ବୋମାମାଡ ହୋଇଛି । ତେବେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ବେରକପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରକୁ ପୁଣି ବୋମା ମାଡ ହୋଇଥିବା ନେଇ ସୂଚନା ମିଳିଛି । ସାଂସଦଙ୍କ ଘର ପଛପଟକୁ କିଛି ଦୁର୍ବୃତ୍ତ ବୋମା ମାଡ କରିଥିବା ଜଣାପଡିଛି । ତେବେ ବୋମାମାଡ ପରେ ଆଖପାଖ ଅଞ୍ଚଳର ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିିଥିଲେ ।

ସୂଚନା ଅନୁସାରେ, ଆଜି ସକାଳ ୯ଟାରେ ସାଂସଦ ଆର୍ଜୁନ ସିଂହଙ୍କ ଘର ପଛପଟକୁ ଦୁର୍ବୃତ୍ତମାନେ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବୋମା ମାଡ ଘଟଣା ପରେ ଏବେ ପୋଲିସ ଓ ପ୍ରଶାସନର ଭୂମିକା ଉପରକୁ ଆଙ୍ଗୁଳି ଉଠିଛି । ତେବେ ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଘରର ଆଖପାଖ ଅଞ୍ଚଳର ଛାନଭିନ୍ କରିଛି । ପୂର୍ବରୁ ଗତ ୭ ତାରିଖରେ ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କ ଘରର କବାଟ ଉପରକୁ ୨ ଟି ବୋମା ମାଡ କରିଥିଲେ । ତେବେ ତାଙ୍କୁ ଡରାଇବା ଓ ଧମକାଇବା ପାଇଁ ଏପରି ବୋମା ମାଡ କରାଯାଇଛି ବୋଲି ସେ ନିଜେ ଦାବି କରୁଛନ୍ତି । ଭବାନୀପୁରରେ ଭୋଟ ଦେବାର ଦାୟୀତ୍ୱ ପାଇବା ପରେ ବିିରୋଧୀ ଏପରି କରିଥିବା ନେଇ ସେ କହିଛନ୍ତି ।

Leave A Reply

Your email address will not be published.