Masthead

ମାସ୍କ ପିନ୍ଧିନଥିବାରୁ ଗୁଳି ମାଡ଼

ବରେଲି(ବଡ଼ ଖବର ବ୍ୟୁରୋ): କରୋନା ସମୟରେ ମୁଖ୍ୟ ଅସ୍ତ୍ର ହୋଇଛି ମାସ୍କ । ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧି ଯିବା ବାଧ୍ୟତାମୂଳକ । ସଂକ୍ରମଣକୁ ଦୃଷ୍ଟିରେ ରଖି ଅଫିସ, ଦୋକାନ, ସପିଂ ମଲ ଆଦିରେ ନୋ ମାସ୍କ, ନୋ ଏଣ୍ଟ୍ରି ଲେଖାହୋଇଛି । ତେବେ ଜଣେ ବ୍ୟକ୍ତି ଯଦି ମାସ୍କ ପିନ୍ଧିନଥିବ ତାଙ୍କୁ ଭିତରକୁ ଯିବାକୁ ମନା କରିବା ସହିତ ମାସ୍କ ପିନ୍ଦିବାକୁ କହିବା ଉଚିତ । କିନ୍ତୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କ ନପିନ୍ଧି ବ୍ୟାଙ୍କ ମଧ୍ୟକୁ ଯିବାକୁ ଚେଷ୍ଟା କରି ଗୁଳିର ଶିକାର ହୋଇଛନ୍ତି । ଘରୋଇ ସୁରକ୍ଷା କର୍ମୀ ଜଣକ ମାସ୍କ ପିନ୍ଧିବା ନେଇ ତାଗିଦ କରିବା ପରେ ବି ଜଣେ ଅମାନିଆ ହୋଇ ବିନା ମାସ୍କରେ ବ୍ୟାଙ୍କ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସୁରକ୍ଷାକର୍ମୀ ସେହି ଅମାନିଆ ଜଣଙ୍କୁ ଗୁଳି ମାରି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏପରି ଘଟଣା ଘଟିଛି ୟୁପିର ବରେଲିରେ । ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବରେଲିରେ ଥିବା ବ୍ୟାଙ୍କ ଅଫ୍ ବରୋଦାରେ ରାଜେଶ କୁମାର ନାମକ ବ୍ୟକ୍ତି ବିନା ମାସ୍କରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଘରୋଇ କମ୍ପାନୀର ସୁରକ୍ଷାକର୍ମୀ କେଶବ ପ୍ରସାଦ ମିଶ୍ର ତାଙ୍କୁ ଅଟକାଇଥିଲେ। ବିନା ମାସ୍କରେ କେହି ଯାଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲେ ରାଜେଶ କୁମାର। ଯିଏକେ ପେଶାରେ ଜଣେ ରେଳ କର୍ମଚାରୀ। ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ତେଜିଥିଲା। ଏହାପରେ ସୁରକ୍ଷାକର୍ମୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ରାଜେଶଙ୍କ ଗୋଡ ଉପରକୁ ଗୁଳି ମାରିଥିଲେ। ଏହାପରେ ବ୍ୟାଙ୍କ ଭିତରେ ରାଜେଶ ଆହତ ଅବସ୍ଥାରେ ପଡ଼ିଥିଲେ।ସଙ୍ଗେସଙ୍ଗେ ଘଟଣାସ୍ଥଳରେ ବରେଲିର ଆଇଜିପି ରମିତ ଶର୍ମା, ଏସଏସପି ରୋହିତ ସିଂହ ସଜାଓ୍ୱାନ, ଏସପି ସିଟି ରବୀନ୍ଦ୍ର କୁମାର ସମେତ ଅନ୍ୟାନ୍ୟ ଅଧିକାରୀ ପହଞ୍ଚିଥିଲେ। ଏସଏସପି କହିଛନ୍ତି ଘରୋଇ ସୁରକ୍ଷାକର୍ମୀଙ୍କ ପାଖରେ ଯଦିଓ ବନ୍ଧୁକ ଲାଇସେନ୍ସ ରହିଛି ହେଲେ ଅଧିକ ଜେରା ପାଇଁ ସ୍ଥାନୀୟ ପୁଲିସ ଅଧିକାରୀ କେଶବଙ୍କୁ ନେଇଯାଇଛନ୍ତି। ସେହିପରି ଆହତ ରାଜେଶଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ବ୍ୟାଙ୍କ ଭିତରେ ଥିବା ଅନ୍ୟାନ୍ୟ ଗ୍ରାହକ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ପୁଲିସ ଜେରା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି