Masthead

ଶୀତ ଜନଜୀବନ ହେଉଛି ଅସ୍ତବ୍ୟସ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଥରୁଛି ଓଡ଼ିଶା । ଶୀତ ଜନଜୀବନ ହେଉଛି ଅସ୍ତବ୍ୟସ୍ତ । କମୁଛି ପାରଦ । ଚାରଆଡ଼େ ଖାଲୀ ଧୂଆଁମୟ । କୁହୁଡିରେ ଆଚ୍ଛାଦିତ ରାସ୍ତା । ଆସନ୍ତା ୩ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ଭଙ୍ଗା ଶୀତ ସହ ତୁଷାର ପାତ ଜାରି ରହିଛି । ଲଗାତାର ୩ ଦିନ ହେଲାଣି ପାରଦ ତଳ ମୁହାଁ ହେବାପରେ ବିଭିନ୍ନ ଜାଗାରେ ତୁଷାର ପାତ ଜାରି ରହିଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ୪ ଡିଗ୍ରୀ ତଳକୁ ପାରଦ ଖସିବା ପରେ ହିଁ ତୁଷାର ପାତ ହୋଇଥାଏ । ତେବେ ହାଡଭଙ୍ଗା ଶୀତ ସହ ଘନ କୁହୁଡି ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ସେକିବା ଶିତୁଆ ଓଠକୁ ଗରମ ଗରମ ଚାହା ପିଇବା, ବ୍ୟାୟାମ କରି ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଘନ କୁହୁଡି ସକାଶେ ଯାତାୟତ ପାଇଁ ଭାରି ସମସ୍ୟା ଉପୁଜୁଛି । ୫ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଏହି କାରଣରୁ ଗାଡି ମଟର ଦୁର୍ଘଟଣାର ଶିକାର ହେଉଥିବା ବେଳେ ଦିନ ୧୦ ଟା ପର୍ଯ୍ୟନ୍ତ କୁହୁଡି ସାର ଅଞ୍ଚଳକୁ ଢାଙ୍କି ରଖୁଛି । ତଥାବି ଶୀତ ପ୍ରକାପ ବଡିବା ସହ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । କେବଳ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶୀତର ମଜାନେବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ