Masthead

ଇତିହାସ ଆଇନାରେ ରଥଯାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇତିହାସ ଆଇନାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପାଦଚିହ୍ନ ଏବେ ମଧ୍ୟ ଜଳ ଜଳ ହୋଇ ଦିଶୁଛି । କେତେବେଳେ ପ୍ରକୃତି ଦାଉ ସାଧିଛିତ, କେତେବେଳେ ମନୁଷ୍ୟକୃତ ତ୍ରୁଟି ଠାକୁରଙ୍କ ନୀତି ସମ୍ପାଦନରେ ସାଜିଛି ପ୍ରତିବନ୍ଧକ । ତଥାପି ରଥ ବଡ ଦାଣ୍ଡରେ ଗଡିଛି ଗଡୁଥିବ ମଧ୍ୟ । ପ୍ରସିଦ୍ଧ ଘୋଷଯାତ୍ରା । ଚଳଚଂଚଳ ବଡଦାଣ୍ଡ । ଭାବମୟ, ଭକ୍ତିମୟ ପୁରୀ କୋଣ ଅନୁକୋଣ । ବାଦ ପଡିନାହାନ୍ତି ପଶୁପକ୍ଷୀ । କାଳିଆକୁ ଦେଖିବାକୁ ଅଧୀର । ସଜେଇ ହୋଇଛି ଶ୍ରୀମନ୍ଦିର ଠାରୁ ବଡ଼ଦାଣ୍ଡ । ସେପଟେ ତୁଳସୀ, କର୍ପୁର, ଚନ୍ଦନରେ ସଜେଇ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି । ଟାହିଆ ପିନ୍ଧି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଶ୍ରୀଜିଉ । ଏହି ପରମ୍ପରା ଆଜିର ନୁହେଁ । କାହିଁ କେଉଁ ବର୍ଷରୁ ଆରମ୍ଭ ହୋଇଛି ଏହି ଯାତ୍ରା । ଇତିହାସ ଅନୁସାରେ ୧୧୫୦ରୁ ଆରମ୍ଭ ହୋଇଥିଲା ରଥଯାତ୍ରା । ଇତିହାସରେ ଅନେକ ଘଟଣା, ଅଘଟଣ ସତ୍ତ୍ୱେ ବଡ଼ ଦାଣ୍ଡରେ ପ୍ରତିବର୍ଷ ଗଡୁଛି ଜାତି ନନ୍ଦିଘୋଷ । ଏବେ ୩ ରଥ ଗୋଟିଏ ଦିନରେ ସିଂହଦ୍ୱାରରୁ ବାହାରି ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି।

ଏମିତି ସମୟ ଥିଲା, ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ବେଳକୁ ୭ ଦିନ ଲାଗି ଯାଉଥିଲା। ୧୮୮୯ରେ ରଥ ସିଂହଦ୍ବାରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ଲାଗିଯାଇଥିଲା ଛଅ ଦିନ। ୧୯୨୮ରେ ରଥଯାତ୍ରା ମଧ୍ୟ ଖୁବ ଧୁମଧାମରେ ହୋଇଥିଲା । ଘଣ୍ଟଘଣ୍ଟା ପାଟ ପଟୁଆର ସହ ଝୁଲି ଝୁଲି ରଥାରୁଢ ହୋଇଥିଲେ ମହାବାହୁ । ତାମଯାନରେ ଗଜପତି ମହାରାଜ ହାତୀ ସହ ବିରାଟ ପଟୁଆରେ ଆସି ରଥରେ ଛେରାପହଁରା କରିଥିଲେ । ପରେ ଗଡ଼ିଥିଲା ରଥ । ଭକ୍ତ ଓ ଦଇତା ସେବକ ଖରାକୁ ଖାତିର ନକରି ଛତା ଧରି ଟାଣିଥିଲେ ରଥ । ୧୯୩୭ ଜୁଲାଇ ୯ । ସମାନ ଭାବରେ ବଡ଼ଦାଣ୍ଡରେ ଗଡ଼ିଥିଲା ରଥ । ଭକ୍ତମୟ ପରିବେଶ ହେବା ସହ ଘଣ୍ଟଘଣ୍ଟାରେ କମ୍ପିଥିଲା ବଡଦାଣ୍ଡ । ଜନଗହଳି ଭିତରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିଥିଲେ
ଜନ୍ମବେଦୀରେ । ୧୯୪୮ରେ ମଧ୍ୟ ଜୟଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର । ୧୯୧୦ ରୁ ୧୯୭୦ ରଥଯାତ୍ରା ଥିଲା ଟିକେ ଅଲଗା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ