Masthead

ମାତ୍ର ୯ମାସ ରହିପାରେ କରୋନା ଟିକାର ପ୍ରଭାବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ପ୍ରତି କ୍ଷେତ୍ରକୁ ପ୍ରଭାବିତ କରିଛି । ଏବେ କରୋନାର ଦ୍ୱିତୀୟ ଲହରଙ୍କୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବଢି ଚାଲିଛି । ଏଭଳି ସ୍ଥିତିରେ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଟିକାର ପ୍ରଭାବ ମଣିଷ ଶରୀରରେ ମାତ୍ର ୯ ମାସ ପର୍ଯ୍ୟନ୍ତ ରହିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ବିଶେଷଜ୍ଞମାନଙ୍କ ଆଶଙ୍କା ସରକାରଙ୍କ ଚିନ୍ତା ବଢାଇଦେଇଛି । କୋଭିଡ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ତିଆରି ହୋଇଥିବା ସମସ୍ତ ଭ୍ୟାକସିନ ଏକ ବର୍ଷରୁ କମ ସମୟ ପର୍ଯ୍ୟନ୍ତ ପ୍ରଭାବ ପକାଇପାରେ । ପରେ ନୂଆ ଭ୍ୟାକସିନ ନେବା ଦରକାର ପଡିବ । ଏକଥା ମହାମାରୀ ଓ ଭାଇରସ ବିଶେଷଜ୍ଞଙ୍କ ସର୍ଭେରୁ ଜଣାପଡିଛି ।

ଏ ସର୍ଭେରେ ସାମିଲ ଥିବା ବିଶେଷଜ୍ଞମାନେ କହିଛନ୍ତ, ପୂରା ବିଶ୍ୱରେ ସମୟାନୁସାରେ ଟିକାକରଣ ଦରକାର । କାରଣ ଭାଇରସ ନୂଆ ରୂପରେ ଆସିପାରେ । ଭାଇରସର ନୂଆ ରୂପ ଅଧିକ ସଂକ୍ରମଣ ଓ ଘାତକ ହୋଇପାରେ । ପୁରୁଣା ଭ୍ୟାକସିନ ସଂକ୍ରମଣକୁ ପ୍ରତିହତ କରିପାରିବନି ବୋଲି ସଂକେତ ମିଳିଲାନି । ବର୍ତ୍ତମାନ ଯେଉଁ ଭ୍ୟାକସିନ ମହଜୁଦ ଅଛି ତାହା ପୁରୁଣା, ନୂଆ ଟେକନିକକୁ ମିଶାଇ ପ୍ରସ୍ତୁତ କରାଯାଉଛି । ଯେଉଁଠାରେ ଟିକାକରଣ ହେଉନି ସେଇଠି ବହୁତ ସମସ୍ୟା ଉପୁଜିପାରେ । ଆମେରିକା ଓ ବ୍ରିଟେନ ଭଳି ଧନି ରାଷ୍ଟ୍ର ପ୍ରଥମ ଡୋଜ୍ ଦେଶର ଏକ ଚତୁର୍ଥାଂଶ ଳୋକଭ୍କୁ ଦେଇସାରିଲେଣି । ମାତ୍ର ଦକ୍ଷିଣ ଆଫ୍ରିକା ଓ ଥାଇଲାଣ୍ଡର ଏକ ଶତାଂଶ ଟିକାକରଣ ହୋଇଥିଲାବେଳେ ଅଧିକାଂଶ ଦେଶ ଆଦୌ ଟିକାକରଣ ହୋଇନି ।

ଅନ୍ତରାଷ୍ଟ୍ରୀୟ ଟିକାକରଣ ସଂସ୍ଥା କୋଭାକ୍ସିନ ୨୦୨୧ ଶେଷ ସୁଦ୍ଧା ବିଶ୍ୱର ୨୭ପ୍ରତିଶତ ଟିକାକରଣ କରିବା ପାଇଁ ଆଶା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା