Masthead

ମୁଁ କିଛି ଭୁଲ କହିନାହିଁ , ଲୋକ ଚାହିଁଲେ ଗୁଗୁଲ କରିପାରିବେ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲାପରେ ବିବାଦ ଥମିବାର ନାଁ ନେଉନାହିଁ । ଏହି ମନ୍ତବ୍ୟକୁ ନେଇ ଲୋକସଭା ରାହୁଲଙ୍କୁ ନୋଟିସ ମଧ୍ୟ ଜାରି କରିଛି। ତେବେ ସେହି ନୋଟିସର ଜବାରରେ ରାହୁଲ କହିଛନ୍ତି କି ସେ ସଂସଦରେ କିଛି ଭୁଲ କହି ନାହାଁନ୍ତି, ସେ ଯାହା କହିଛନ୍ତି ଲୋକମାନେ ଚାହିଁଲେ ଗୁଗୁଲ ମଧ୍ୟ କରିପାରିବେ।

ରାହୁଲ କହିଛନ୍ତି କିଛି ଦିନ ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ଏକ ଭାଷଣ ଦେଇଥିଲି। ମୁଁ ମୋ କଥାକୁ ବହୁତ ଶାନ୍ତ ଏବଂ ଭଦ୍ର ଭାବରେ ରଖିଥିଲି, ମୁଁ ମୋ ମନ୍ତବ୍ୟରେ କୌଣସି ଖରାପ ଭାଷା ବ୍ୟବହାର କରିନଥିଲି । ମୁଁ କେବଳ କିଛି ତଥ୍ୟକୁ ସଂସଦରେ ଉପସ୍ଥାପନ କରିଥିଲି । ରାହୁଲ କହିଛନ୍ତି ମୁଁ ପଚାରିଥିଲି କିପରି ଆଦାନୀ , ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶୀ ଭ୍ରମଣରେ ଯାଉଥିଲେ ଏବଂ ତା’ପରେ ପରେ ସେହି ଦେଶ ସହ ବଡ ଚୁକ୍ତି କରୁଥିଲେ ।

ଆଦାନୀ ଦ୍ୱାରା ୩୦% ବିମାନବନ୍ଦର କିପରି ନିୟନ୍ତ୍ରିତ ହେଉଛି ବୋଲି ପ୍ରଶ୍ନ କରିଥିଲେ ରାହୁଲା । ରାହୁଲ ଗାନ୍ଧୀ ତାଙ୍କର ସମ୍ପୂର୍ଣ୍ଣ ଭାଷଣ ଏଡିଟ ହୋଇଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଲାଗୁଛି ଯେ ଆଦାନୀ ଏବଂ ଅମ୍ବାନୀଙ୍କ ବିଷୟରେ କହିବା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା