Masthead

ମୁଁ ମୋଦିଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି: ରେଣୁକା ଚୌଧୁରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମୋଦି ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇଛନ୍ତି । ଯାହାକୁ ନେଇ ସମସ୍ତ ବିରୋଧି ଦଳ ଏହାକୁ ବିରୋଧ କରିଛନ୍ତି । ଏସବୁ ଭିତରେ କଂଗ୍ରେସ ନେତା ରେଣୁକା ଚୌଧୁରି ଗୁରୁବାର ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ‘ସୁର୍ପଣଖା’ କମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମୁଁ ବି ମାନହାନି ମକଦ୍ଦମା କରିବି । ରେଣୁକା ଟ୍ୱିଟରେ ଲେଖିଛନ୍ତି, ଏବେ ଦେଖିବା କୋର୍ଟ କେତେ ଶୀଘ୍ର କାମ କରୁଛନ୍ତି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ପ୍ରଧାନମନ୍ତ୍ରୀ ରାଜ୍ୟ ସଭାର ଅଧ୍ୟକ୍ଷଙ୍କୁ ରେଣୁକା ଚୌଧୁରିଙ୍କ ହସକୁ ନେଇ କମେଣ୍ଟ କରିଥିଲେ । ସେ କହିଥିଲେ ରାମାୟଣ ସିରିଏଲ ପରେ ଆଜି ଏମିତି ହସ ଶୁଣିବାକୁ ମିଳିଛି । କଂଗ୍ରେସ ନେତା ରେଣୁକା ମୋଦିଙ୍କୁ ହୀନ ଓ ଖରାପ ଚିନ୍ତାଧାରା ବ୍ୟକ୍ତି ବୋଲି ଲେଖିଛନ୍ତି । ସେ (ମୋଦି) ମୋତେ ପାର୍ଲାମେଣ୍ଟରେ ସୁର୍ପଣଖା କହିଥିଲେ । ମୁଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି । ଦେଖିବା କୋର୍ଟ ଏବେ କେତେ ଶୀଘ୍ର କାମ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି