(ବଡ଼ ଖବର ବ୍ୟୁରୋ): ଫୁଟିବନି ବାଣ । ବାଣ ଫୁଟିଲେ କରୋନା ବଢିପାରେ । ତେବେ ଦୀପାବଳି ପୂର୍ବରୁ ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି ରାଜ୍ୟ ସ୍ୱସ୍ଥ୍ୟ ବିଭାଗ । ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ବର୍ତ୍ତମାନ କରୋନା ରହିବା ଚିନ୍ତାଜନକ ବଷୟ । ଆଗକୁ ଦୀପାବଳି ଅଛି । ଏହା ପାର୍ବଣ ସମୟ ଏଣୁ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।
ସେ ଆହୁରି କହିଛନ୍ତି ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ । ବାୟୁ ପ୍ରଦୂଷଣ ହେଲେ ଟକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ । ଯାହାକି ଆମ ପାଇଁ କ୍ଷତିକାରକ । ବାଣ ଫୁଟାଇଲେ ନାଇଟ୍ରିକ ଡାଇଅକ୍ସାଇଡ୍ ବାହାରି ଥାଏ । ଯାହାକି କରୋନା ଭତାଣୁ ବୃଦ୍ଧିରେ ସାହାଯ୍ୟ ହୋଇଥାଏ । ତେଣୁ ଏ ନେଇ ଆମକୁ ସତର୍କ ରହିବାକୁ ପଡିବ । ସରକରା ଜାରି କରିଥିବା ଗାଇଡଲାଇନ ମାନି ଚଳିଲେ କୋରନା ନିୟନ୍ତ୍ରଣରେ ରହିବ ବୋଲି ସିବିକେ ମହାନ୍ତି କହିଛନ୍ତି ।