Masthead

ଚାନ୍ଦବାଲି ଅବକାରୀ ବିଭାଗ ଅଫିସରେ ତାଲା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଚାନ୍ଦବାଲି ବ୍ଲକରେ ଚୋରା ମଦ କାରବାର ବଢିବାରେ ଲାଗିଛି । ସେପଟେ ଅବକାରୀ ବିଭାଗ ଅଫିସରେ ପଡିଛି ତାଲା । ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର, ମୋତୋ, ଅଞ୍ଚଳରେ ପାନ ଦୋକାନ ପାଖରୁ ଆରମ୍ଭ କରି ସମସ୍ତ ଛକରେ ଦେଖିବାକୁ ମିଳୁଛି ଚୋରା ମଦ କାରବାର। ସମସ୍ତ ସରକାରୀ ମଦ ଦୋକାନ ଅବକାରୀ ବିଭାଗକୁ ହାତ ବାରିଶି କରି ଖୁଲମ ଖୁଲା ଚୋରା ମଦ କାରବାର କରୁଥିବା ଅଭିଯୋଗ ହୋଇଛି। ଅବକାରୀ ନିୟମକୁ ପାଳନ କରୁ ନାହାନ୍ତି ସମସ୍ତ ସରକାରୀ ମଦ ଦୋକାନ ମାଲିକ ମାନେ। ମଦର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ମଦବିକ୍ରି କରିବା, ଚୋରାରେ ମଦ ଅଧିକ ପରିମାଣରେ ବିକ୍ରି କରିବା ଏବଂ ସରକାରଙ୍କୁ ଜିଏସଟି ଟିକସ ଠକିବା ପାଇଁ ଅନଲାଇନ ବ୍ୟବସ୍ଥା ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏନେଇ ଚାନ୍ଦବାଲି ଏବଂ ଘଣ୍ଟେଶ୍ୱର ଅଞ୍ଚଳରେ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି । କିନ୍ତୁ ଅବକାରୀ ବିଭାଗ ଏଠାରେ ନିରବ । ଆଗାମୀ ଦିନରେ ଏହାର ତଦନ୍ତ କରାଯାଇ ସମାଧାନ କରା ନଗଲେ ସମସ୍ତ ସରକାରୀ ମଦ ଦୋକାନରେ ତାଲା ଝୁଲିବା ପାଇଁ ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବି ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ