Masthead

ମୋ ସମୟରେ କଂଗ୍ରେସ ଦୁର୍ବଳ ହୋଇନି: ନିରଞ୍ଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ବହୁ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ।ବିଜେଡି ଦଳ ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ ଏହା ମୋ ପାର୍ଟିର ଆଭ୍ୟନ୍ତରୀଣ କଥା। ପିପିଲି ଉପନିର୍ବାଚନ ଫଳ କଥା ହାଇକମାଣ୍ଡଙ୍କୁ କହିଛି । ଏଆଇସିସି କିଛି ନିଷ୍ପତ୍ତି ନ ନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି। ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି, ସେଯାଏଁ ନେତୃତ୍ୱ ନେଉଥିବି। ବହୁ ଦିନ ହେବ ସଭାପତି ରହିଲିଣି। ପରିବର୍ତ୍ତନ ହେଇପାରେ। ସଭାପତି ହେବା ପାଇଁ ମଧ୍ୟ ବହୁ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି। ଏନେଇ ମତେ ଏଆଇସିସି ପଚାରିଲେ ମତାମତ ଦେବି। କର୍ମୀ ହତାଶ ହେବାର କିଛି କାରଣ ନାହିଁ। ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ । ଅଥାତ୍ ନିରଞ୍ଜନଙ୍କ ସମୟରେ କଂଗ୍ରେସ ଦୁର୍ବଳ ହୋଇନି ବୋଲି ଗଣମାଧ୍ୟମକୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ପିପିଲିରେ କଂଗ୍ରେସ ପ୍ରାର୍ଥୀ ହାରିବା ପରେ କଂଗ୍ରେସ ଭବନରେ ନିରଞ୍ଜନ ହଟାଓ ନାରା ଦିଆଯାିଥିଲା। ତା ସହିତ ନିରଞନଙ୍କ ସପକ୍ଷ ଓ ବିପକ୍ଷବାଦୀ ମାନେ ହାତାହାତି ହୋଇଥିଲେ। ଏହା ପରେ ପିସିସି ସଭାପତି ଏଆଇସିସିକୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ