Masthead

ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ, ଭୋଟ ଦେବାରୁ ନିବୃତ ରହିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାତିସଂଘରେ ପାରିତ ହେଲା ଋଷ ବିରୋଧରେ ପ୍ରସ୍ତାବ । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ୭ଟି ଦେଶ ଏହାକୁ ବିରୋଧ କରିଥିଲେ । ଭାରତ, ଚୀନ ସମେତ ୩୨ ଦେଶ ଭୋଟ ଦେବାକୁ ନିବୃତ ରହିଥିଲେ ।

ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁ ପାଶ୍ଚାତ୍ୟ ଦେଶଗୁଡିକୁ ଅଭିଯୁକ୍ତ ସଜାଇଛନ୍ତି । ୟୁକ୍ରେନକୁ ଢାଲ କରି ପାଶ୍ଚାତ୍ୟ ଦେଶଗୁଡିକୁ ଋଷିଆକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଆକାର ଦୃଷ୍ଟିରୁ ଋଷ ହେଉଛି ବିଶ୍ୱର ସବୁଠୁ ବଡ ଦେଶ । ପାଶ୍ଚାତ୍ୟଦେଶମାନଙ୍କୁ ଏଭଳି ଚେଷ୍ଟା କେବେ ସଫଳ ହେବନି ବୋଲି କହିଛନ୍ତି ସେରଗେଇ । ୟୁକ୍ରେନର ନିବେଦନ ସତ୍ୱେ ଭାରତ ଏହି ପ୍ରସ୍ତାବରୁ ନିଜକୁ ଦୁରେଇ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ