Masthead

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ଭାରତ ୨୦୮/୮

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସେଞ୍ଚୁରିଅନରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ ଟେଷ୍ଟରେ ବର୍ଷା ସାଜିଲା ବାଧକ । କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ବିପର୍ୟ୍ୟୟରେ ବୁଡ଼ିଥିବା ଭାରତୀୟ ଦଳ ଉଦ୍ଧାର ପାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧାପ୍ରାପ୍ତ । ପ୍ରଥମ ଦିନ‌ରେ ଭାରତ ୮ୱିକେଟ୍‌ ବିନିମୟରେ ୨୦୮ ରନ୍‌ ସଂଗ୍ରହ କରିଛି। ପ୍ରଥମ ଦିନ କେବଳ ୫୯ ଓଭର ଖେଳ ସମ୍ଭବ ହୋଇଛି। କେଏଲ୍‌ ରାହୁଲ ୭୦ ଓ ମହମ୍ମଦ ସିରାଜ ଖାତା ନଖୋଲି ଅପରାଜିତ ଅଛନ୍ତି। ବକ୍ସିଂ ଡେ’ ଟେଷ୍ଟରେ ଘରୋଇ ଦଳ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ୪.୬ ଓଭରରେ ମାତ୍ର ୫ ରନ୍ କରି ସେ ଆଉଟ୍ ହୋଇଥିଲେ। କାଗିସୋ ରବାଡାଙ୍କ ବଲ୍‌ରେ ନାନ୍ଦ୍ରେ ବୁରଗେରଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହାଫଳରେ ଦିନିକିଆ ବିଶ୍ବକପ୍‌ ପରାଜୟ ପରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳୁଥିବା ରୋହିତଙ୍କ ଆରମ୍ଭ ନିରାଶାଜନକ ରହିଥିଲା। ରୋହିତଙ୍କ ପରେ ଫେଲ୍ ମାରିଥିଲେ ଓପନର ଯଶସ୍ୱୀ ଜୈସୱାଲ। ସେ ମାତ୍ର ୧୭ ରନ୍ କରିଥିବା ବେଳେ ନାନ୍ଦ୍ରେ ବୁରଗେରଙ୍କ ବଲ୍‌ରେ କାୟଲ ଭେରୀୟନେଙ୍କ ହାତରେ ଆଉଟ୍ ହୋଇଥିଲେ। ୧୦ ଓଭର ଭିତରେ ଭାରତ ଦୁଇଟି ୱିକେଟ୍ ହରାଇଥିବା ବେଳେ କ୍ରିଜ୍‌ରେ ଥିଲେ ଶୁବମନ ଗିଲ୍ ଓ ବିରାଟ କୋହଲି। କିନ୍ତୁ ଶୁବମନ ଗିଲ୍ ୧୧.୧ ଓଭରରେ ୨ ରନ୍ କରିଥିବା ବେଳେ ନାନ୍ଦ୍ରେ ବୁରଗେରଙ୍କ ବଲ୍‌ରେ କାୟଲ ଭେରୀୟନେଙ୍କ ହାତରେ ଆଉଟ୍ ହୋଇଥିଲେ। ବିରାଟ କୋହଲି ଓ ଶ୍ରେୟସ ଆୟର ଭାରତୀୟ ପାଳିକୁ ସଜାଡ଼ି ଥିଲେ ମଧ୍ୟ ବିରତି ପରେ ଯୋଡ଼ି ଭାଙ୍ଗିଥିଲା।

ଚତୁର୍ଥ ୱିକେଟ୍‌ରେ ଉଭୟଙ୍କ ମଧ୍ୟରେ ୬୮ ରନ୍‌ର ଭାଗୀଦାରି ହୋଇଥିଲା। କିନ୍ତୁ ରବାଡ଼ାଙ୍କ ଫୁଲ୍‌ ଲେଙ୍ଗ୍‌ଥ ବଲ୍‌କୁ ଖେଳି ନପାରି ଆୟର (୩୧) ବୋଲ୍ଡ ହୋଇଥିଲେ। ଶ୍ରେୟସ ଯିବା ପରେ କ୍ରିଜ୍‌କୁ ଆସିଥିଲେ କେ.ଏଲ୍ ରାହୁଲ। ତେବେ ରାହୁଲ ଓ ବିରାଟଙ୍କ ଯୋଡ଼ି କ୍ରିଜ୍‌ରେ ଜମିବା ପୂର୍ବରୁ ଝଟକା ଦେଇଥିଲେ ରବାଡା। ତାଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ କୋହଲି। ସେ ୬୪ ବଲ୍‌ରୁ ୩୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ଗୋଟିଏ ପଟେ କେ.ଏଲ୍ ରାହୁଲ ସଂଯମତାର ସହିତ ଖେଳୁଥିବା ବେଳେ ଅନ୍ୟ ପଟେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ି ଚାଲିଥିଲା।

ରବିଚନ୍ଦ୍ରନ ଅଶ୍ୱିନ ୮ ରନ୍ କରି ଆଉଟ୍ ହୋଇଥିଲେ। ରାହୁଲ ଓ ଶର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ୪୩ ରନ୍‌ର ପାର୍ଟନରଶିପ ହୋଇଥିଲା। ଶର୍ଦ୍ଦୁଲ ୨୪ ରନ୍ (୩୩ ବଲ୍‌) କରିଥିବା ବେଳେ ରବାଡାଙ୍କ ଶିକାର ହୋଇଥିଲେ। ଯଶପ୍ରୀତ ବୁମ୍ରା ୧ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ଆଜି ଖାତା ଖୋଲି ନଥିବା ବେଳେ କାଲି ପୁଣି ଖେଳିବେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି। ମାର୍କୋ ୟାନସେନ ଗୋଟିଏ ୱିକେଟ୍ ନେଇଥିବା ବେଳେ ନାନ୍ଦ୍ରେ ବୁରଗେର ୨ଟି ୱିକେଟ୍ ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା