Masthead

ଭାରତର ଦମଦାର ବିଜୟ, ପ୍ରଥମ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ବିଶ୍ବକପରେ ଭାରତର ଲଗାତର ସପ୍ତମ ବିଜୟ । ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିବା ସହିତ ବିଶ୍ୱକପର ଆଗାମୀ ସେମିଫାଇନାଲ ସ୍ଥାନ ପକ୍କା କରିଛି ରୋହିତ ବାହିନୀ । ଭାରତର ୩୫୭ ରନ ଜବାବରେ ଶ୍ରୀଲଙ୍କା ୫୫ରେ ଅଲଆଉଟ୍ । ଭାରତ ପକ୍ଷରୁ ମହମ୍ମଦ ସାମ୍ମି ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି, ଯଶପ୍ରୀତ ବୁମରା ଓ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ବିଜୟ ସହ ଭାରତ ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି । ଗତକାଲି ଓ୍ବାଙ୍ଖଡେରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ୩ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୯୪ ବଲରେ ୮୮ ରନ କରି ଶତକରୁ ବଞ୍ଚିତ ହୋଇଥିଲେ ।

ଏକଦିବସୀୟ କ୍ୟାରିୟରରେ ବିରାଟ ୭୦ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଆଜି ଶତକ କରିଥିଲେ ୪୯ ତମ ଶତକ ସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକ୍ଷ ହୋଇଥାନ୍ତେ ।ସେହିପରି ଶୁବମନ ଗିଲ ୯୨ ବଲରେ ୯୨ ରନ୍ ଓ ଶ୍ରେୟସ ଆୟାର ମାତ୍ର ୫୬ ବଲରେ ଦ୍ରୁତ ୮୨ ରନ ହାସଲ କରିଥିଲେ । ଫଳରେ ୮ ଓ୍ବିକେଟ୍ ହରାଇ ଦଳ ୩୫୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁଶଙ୍କା ସଫଳ ବୋଲିଂ କରି ୫ଟି ଓ୍ବିକେଟ ହାସଲ କରିଥିବାବେଳେ ଦୁଷ୍ମନ୍ତ ଚାମିରାଙ୍କୁ ମିଳିଛି ଗୋଟିଏ ଓ୍ବିକେଟ୍ । ୩୫୮ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ମିଳିଥିଲା ପ୍ରାରମ୍ଭିକ ଝଟକା । ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡିଥିଲା ଟିମ୍ ଇଣ୍ଡିଆ । ଯାହାର ଫଳସ୍ୱରୂପ ମାତ୍ର ୨୦ ଓଭରରେ ୫୫ ରନ୍ କରି ଅଲଆଉଟ୍ ହେଇଯାଇଥିଲା ଶ୍ରୀଲଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି