Masthead

ସିରିଜ ପୋଛିବା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ପୋଛି ନେବା ଲକ୍ଷରେ ଟିମ ଇଣ୍ଡିଆ । ଆଜି ଡବ୍‌ଲିନ୍‌ରେ ଖେଳା ଯିବ ଶେଷ ମ୍ୟାଚ । ତିନି ମ୍ୟାଚ ଶୃଙ୍ଖଳାରେ ଦୁଇଟି ମ୍ୟାଚ ଜିତି ଆଗୁଆ ସିରିଜ ବିଜୟୀ ହୋଇଛି ଦଳ । ଆଜି ଆଉ କିଛି ନୂଆ ପ୍ଲେୟରଙ୍କୁ ମିଳିପାରେ ସୁଯୋଗ । ଅନ୍ୟପକ୍ଷରେ ଭାରତୀୟ ଦଳ ଆୱେସ ଖାନ୍‌ ଓ ଜିତେଶ ଶର୍ମାଙ୍କୁ ନେଇ ପରୀକ୍ଷା କରିବା ସମ୍ଭାବନା ରହିଛି। ଏସିଆ କପ୍‌ ପୂର୍ବରୁ ଏହା ଶେ‌ଷ ଆନ୍ତର୍ଜାତିକ ମ୍ୟାଚ୍‌ ହୋଇଥିବାରୁ ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ ଉପରେ ଅଧିକ ନଜର ରହିବ।

ଦୁହିଁଙ୍କ ୮ ଓଭର ବୋଲିଂ କୋଟା ପୂରଣ ହୋଇଗଲେ ସେମାନଙ୍କ ଲୟ ଓ ଗତି ଶ୍ରୀଲଙ୍କାରେ ଭାରତୀୟ ଦଳକୁ ସୁବିଧାରେ ରଖିପାରିବ। ସେହିପରି ଯେଉଁମାନେ ଅଧିକ ମ୍ୟାଚ୍‌ ଧରି ବେଞ୍ଚରେ ବସି ଆସୁଛନ୍ତି, ସେମାନଙ୍କୁ ଏହି ମ୍ୟାଚ୍‌ରେ ଖେଳାଯାଇ ଏସୀୟ କ୍ରୀଡ଼ା ପାଇଁ କେତେ ପ୍ରସ୍ତୁତ ତାହା ପରଖା ଯାଇପାରିବ। ଆୱେସ ଖାନ୍‌, ଜିତେଶ ଶର୍ମା ଓ ଶାହବାଜ ଅହମଦ ଆନ୍ତର୍ଜାତିକ ଅଭିଜ୍ଞତା ଅପେକ୍ଷାରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଆୱେସ ଦଳରେ ଥିଲେ ବି ଲଗାତାର ୭ ମ୍ୟାଚ୍‌ରେ ତାଙ୍କୁ ବାହାରେ ବସିବାକୁ ପଡ଼ିଥିଲା।‌

ଏସୀୟ କ୍ରୀଡ଼ା ପୂର୍ବରୁ ଜିତେଶଙ୍କୁ ଗୋଟିଏ ସୁଯୋଗ ଦେବା ପାଇଁ ସଞ୍ଜୁ ସାମସନ୍‌ଙ୍କୁ ବିଶ୍ରାମ ଦେବାକୁ ଦଳ ଚିନ୍ତା କରିପାରେ। କିନ୍ତୁ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ଆଶାରେ ଥିବା ସଞ୍ଜୁ ଏହି କୌଣସି ମ୍ୟାଚ୍‌ ହାତଛଡ଼ା କରିବାକୁ ଚାହିବେନି। ଅପରପକ୍ଷେ ଗତ ୭ ଟ୍ବେଣ୍ଟି-୨୦ରେ ଅସ୍ଥିର ପ୍ରଦର୍ଶନ ଦେଇଥିବା ଅର୍ଶଦୀପ ସିଂହଙ୍କ ଆଗରେ ତୃତୀୟ ମ୍ୟାଚ୍‌ରେ ଖେଳିବା ସମ୍ଭାବନା କମ୍‌ ରହିଛି। ତେଣୁ ତାଙ୍କ ସ୍ଥାନରେ ଆଭେସ୍‌ କିମ୍ବା ମୁକେଶ କୁମାରଙ୍କୁ ସ୍ଥାନ ମିଳିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ