Masthead

୧୭ଟି ଦେଶରେ ବ୍ୟାପିଲାଣି ଭାରତୀୟ ପ୍ରଜାତିର ଭୂତାଣୁ

ଜେନେଭା (ବଡ଼ ଖବର ବ୍ୟୁରୋ): ଭାରତରେ କରୋନାର ଦ୍ୱିତୀୟ ଲହର ପ୍ରତିଦିନ ନୂଆ ରେକର୍ଡ଼ କରିଚାଲିଛି । ଯାହାକି ବିଶେଷଜ୍ଞଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି । ଆଉ ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ଏଭଳି ସଂକ୍ରମଣର ବ୍ୟାପକତାକୁ ଅଧିକ ଭୟାବହ କରି ଚାଲିଛି । ଯେଉଁ କାରଣରୁ ଅନ୍ୟ ଦେଶର ସରକାର ମାନେ ମଧ୍ୟ ସେମାନଙ୍କ ନାଗରିକ ମାନଙ୍କୁ ଭାରତକୁ ନଯିବା ପାଇଁ ପରାମର୍ଶ ଦେଉଛନ୍ତି । ଭାରତରେ ଥିବା ଆମେରିକୀୟ ମାନଙ୍କୁ ଆମେରିକା ସରକାର ତୁରନ୍ତ ଭାରତ ଛାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଛି ।

ତେବେ ଏଭଳି ପରିସ୍ଥିତିରେ ଅନ୍ୟ ଏକ ଚିନ୍ତାର କାରଣ ହେଉଛି । ଭାରତରେ ସୃଷ୍ଟି ହୋଇଥିବା ଏହି ନୂଆ ପ୍ରଜାତିର ଭୂତାଣୁ ଏବେ ଅନ୍ୟ ୧୭ଟି ଦେଶରେ ଦେଖା ଦେଇଛି । ଅର୍ଥାତ ଏହି ଭୂତାଣୁ ଏବେ ଭାରତରୁ ଡେଇଁ ଅନ୍ୟାନ୍ୟ ଦେଶରେ ମଧ୍ୟ ପହଞ୍ଚିଛି । ଭାରତରେ ବ୍ୟାପୁଥିବା ବି୧.୬୧୭ର ସଂକ୍ରମଣ ବୃଦ୍ଧି ହାର ସବୁଠାରୁ ଅଧିକ । ଆଉ ମହାରାଷ୍ଟ୍ରରେ ଏହା ୫୦%ରୁ ଅଧିକ ନମୁନାରେ ଏହି ପ୍ରଜାତି ରହିଥିବା ମଧ୍ୟ ଜଣା ପଡ଼ିଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ଭାନ କେର୍କୋଭ ଚିନ୍ତା ପ୍ରକଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା