ଭାରତୀୟ ଫଟୋଜର୍ନାଲିଷ୍ଟଙ୍କୁ ହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । ଆଫଗାନିସ୍ତାନର ପାକିସ୍ତାନ ସୀମାରେ ସେନା ଓ ତାଲିବାନ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଗୁରୁବାର ରାତିରେ ଖବର ସଂଗ୍ରହ କରୁଥିବା ଭାରତୀୟ ସାମ୍ବାଦିଙ୍କ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି । ୪୦ ବର୍ଷୀୟ ପୁଲିଜର ପୁରସ୍କାର ବିଜେତା ସିଦ୍ଦିକିଙ୍କ ହତ୍ୟାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଆଫଗାନିସ୍ତାନରେ ଚାଲିଥିବା ହିଂସାତ୍ମକ ପରିସ୍ଥିତିର କଭରେଜ ପାଇଁ ଗତ କିଛି ଦିନ ହେବ କାନ୍ଦାହାରରେ ରହୁଥିଲେ ଡାନିଶ ସିଦ୍ଦିକି ।

ରୟଟରର୍ସଙ୍କ ପାଇଁ କାମ କରୁଥିଲେ ଡାନିଶ । ଆଫଗାନ ଓ ତାଲିବାନ ସଂର୍ଘଷ ଭିତରେ ଯୁବ ସାମ୍ବାଦିକଙ୍କ ଜୀବନ ଯାଇଛି । ସ୍ପିନ ବୋଲଡକ ଇଲାକାରେ ତାଙ୍କୁ ହତ୍ୟା କରାଯାଇଥିବା ଆଫଗାନ ରାଷ୍ଟ୍ରଦୂତ ଫରିଦ ଟୁଇଟ କରି ସୂଚନା ଦେଇଛନ୍ତି । ଟିଭି ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଡାନିଶ । ପରେ ଜଣେ ଲୋକପ୍ରିୟ ଫଟୋ ସାମ୍ବାଦିକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ପ୍ରଥମ ଭାରତୀୟ ଭାବେ ଡାନିଶ ସମ୍ମାନଜନକ ପୁଲିଜର ପୁରସ୍କାର ଜିତିଥିଲେ । କିଛି ଦିନ ପୂର୍ବରୁ ଡାନିଶ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସମୟର ଘଟଣା ସବୁ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ