Masthead

ଭାରତୀୟ ଫଟୋଜର୍ନାଲିଷ୍ଟଙ୍କୁ ହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । ଆଫଗାନିସ୍ତାନର ପାକିସ୍ତାନ ସୀମାରେ ସେନା ଓ ତାଲିବାନ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଗୁରୁବାର ରାତିରେ ଖବର ସଂଗ୍ରହ କରୁଥିବା ଭାରତୀୟ ସାମ୍ବାଦିଙ୍କ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି । ୪୦ ବର୍ଷୀୟ ପୁଲିଜର ପୁରସ୍କାର ବିଜେତା ସିଦ୍ଦିକିଙ୍କ ହତ୍ୟାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଆଫଗାନିସ୍ତାନରେ ଚାଲିଥିବା ହିଂସାତ୍ମକ ପରିସ୍ଥିତିର କଭରେଜ ପାଇଁ ଗତ କିଛି ଦିନ ହେବ କାନ୍ଦାହାରରେ ରହୁଥିଲେ ଡାନିଶ ସିଦ୍ଦିକି ।

ରୟଟରର୍ସଙ୍କ ପାଇଁ କାମ କରୁଥିଲେ ଡାନିଶ । ଆଫଗାନ ଓ ତାଲିବାନ ସଂର୍ଘଷ ଭିତରେ ଯୁବ ସାମ୍ବାଦିକଙ୍କ ଜୀବନ ଯାଇଛି । ସ୍ପିନ ବୋଲଡକ ଇଲାକାରେ ତାଙ୍କୁ ହତ୍ୟା କରାଯାଇଥିବା ଆଫଗାନ ରାଷ୍ଟ୍ରଦୂତ ଫରିଦ ଟୁଇଟ କରି ସୂଚନା ଦେଇଛନ୍ତି । ଟିଭି ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଡାନିଶ । ପରେ ଜଣେ ଲୋକପ୍ରିୟ ଫଟୋ ସାମ୍ବାଦିକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ପ୍ରଥମ ଭାରତୀୟ ଭାବେ ଡାନିଶ ସମ୍ମାନଜନକ ପୁଲିଜର ପୁରସ୍କାର ଜିତିଥିଲେ । କିଛି ଦିନ ପୂର୍ବରୁ ଡାନିଶ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସମୟର ଘଟଣା ସବୁ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ