Masthead

ଆବାସ ଗୃହରେ ପଞ୍ଚାୟତ କାର୍ଯ୍ୟାଳୟ

ମୁନିଗୁଡା(ବଡ଼ ଖବର ବ୍ୟୁରୋ): ଯୋଜନା ମାଳମାଳ କିନ୍ତୁ କଥାରେ । ଆଦିବାସୀ ଅଞ୍ଚଳରେ କାଗଜ କଲମରେ ପହଞ୍ଚି ପାରୁନି ଯୋଜନା । ମୁନିଗୁଡାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ମାତ୍ର ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ବସି ପାରିବେକି ନାହିଁ ତାହା ସନ୍ଦେହ ଘେରରେ । ନୂତନ କୋଠା ନିର୍ମାଣ ୪ ବର୍ଷ ଧରି ଆରମ୍ଭ ହେଲାଣି । କିନ୍ତୁ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଆବାସ ଗୃହ ବନିଛି ପଞ୍ଚାୟତ କାର୍ଯ୍ୟାଳୟ । ଗତ ୨୦୧୬ ମସିହାରେ ଅମ୍ବାଦଳା ପଞ୍ଚାୟତ ଦୁଇ ଭାଗରେ ବିଭକ୍ତ ହୋଇ ନୂତନ ପଞ୍ଚାୟତ ଭାବେ ଗଠନ ହୋଇ ଥିଲା । ଆଜକୁ ପାଞ୍ଚ ବର୍ଷ ହେବ ଉକ୍ତ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇ ପାରିନି । ରାଜନୀତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନର ଦୂର ଦୃଷ୍ଟିର ଅଭାବ ଜଳ ଜଳ ଦେଖାଯାଉଛି ।

ଘମଟଗୁଡା ପଞ୍ଚାୟତରେ ଦୁଇ ଦୁଇଟି ସରପଞ୍ଚଙ୍କୁ ଲୋକ ପ୍ରତିନିଧି ଭାବେ ଚୟନ କରିବା ସରିଲାଣି । କିନ୍ତୁ ଉକ୍ତ ପଞ୍ଚାୟତ ପାଇଁ କାର୍ୟ୍ୟାଳୟ ଗୃହଟି ନିର୍ମାଣ ହୋଇ ପାରିଲା ନାହିଁ । ଏହା ଅତ୍ୟନ୍ତ ଦୁଃକର ବିଷୟ ।ସୂଚନାନୁଯାୟୀ, ପଞ୍ଚାୟତରେ ନିର୍ବାଚିତ ସରପଞ୍ଚ ଜଣେ ଆଦିବାସୀ ମହିଳା ଯିଏକି ଇନ୍ଦିରା ଆବାସ ଘରକୁ ଭଡା ସୂତ୍ରରେ ନେଇ କାର୍ଯ୍ୟାଳୟ ଭାବେ ପରିଚାଳିତ କରୁଛନ୍ତି । ବ୍ଲକ ପ୍ରଶାସନ ଉଭୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତରେ ରେଜୁଲେସନ କରିଥିଲେ କିନ୍ତୁ କାମ ଆରମ୍ଭ ପରେ ଉଭୟ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ କରିବା ସହ ବ୍ଲକ ପ୍ରଶାସନ ବିଲ କରିଦେଉ ନଥିବା ଗୋଟିଏ ପକ୍ଷ ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି