Masthead

୧୪ ରନରେ ଜିତିଲା ମୁମ୍ବାଇ

ହାଇଦ୍ରାବାଦ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ରେ ୨୫ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଲା ହାଇଦ୍ରାବାଦ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା ମୁମ୍ବାଇ ।

ତେବେ ୧୯୩ ରନର ବଡ଼ ବିଜୟ ଲକ୍ଷ୍ୟ ଧରି ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ କେବଳ ୧୭୮ ରନରେ ଅଟକି ଯାଇଛି । ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ହାଇଦ୍ରାବାଦ ଅଧିନାୟକ ଏଡେନ ମାର୍କ୍ରମ । ପ୍ରଥମରୁ ଦଳକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଈଶାନ କିଶାନ । ତେବେ ଦଳୀୟ ସ୍କୋର ୪୧ ହୋଇଥିବା ବେଳେ ୧୮ ବଲରୁ ୨୮ ରନ ସଂଗ୍ରହ କରିଥିବା ଅଧିନାୟକ ରୋହିତ ଶର୍ମା ଟିମ୍ ନଟରାଜନଙ୍କ ବଲରେ ଧରା ପଡ଼ିଥିଲେ । ଏହାପରେ ଈଶାନ କିଶାନ ୩୧ ବଲରୁ ୩୮ ରନ ସଂଗ୍ରହ କରିଥିଲେ ।

ଅନ୍ୟପଟେ ସୂର୍ଯ୍ୟକୁମାର କେବଳ ୭ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ତିଲକ ବର୍ମା ୧୭ ବଲରୁ ୪ ଛକା ଓ ୨ ଚୌକା ବଳରେ ଦୃତ ୩୭ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ସେହିଭଳି ଟିମ ଡେଭିଡ ୧୧ ବଲରୁ ୧୬ ରନ କରି ରନ ଆଉଟ ହୋଇଥିଲେ । ତେବେ ଦଳ ପାଇଁ କାମେରନ ଗ୍ରୀନ ସର୍ବାଧିକ ୪୦ ବଲରୁ ଅପରାଜିତ ୬୪ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୯୨ ରନରେ ପହଞ୍ଚିଥିଲା ।

ଏହାପରେ ୧୯୩ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଯେଉଁଥିରେ ହ୍ୟାରୀ ବ୍ରୁକ ମାତ୍ର ୯ ରନ କରି ଦ୍ୱିତୀୟ ଓଭରରେ ଆଉଟ ହୋଇ ଦଳର ଚାପ ବଢ଼ାଇଥିଲେ । ଏହାପରେ ରାହୁଲ ତ୍ରିପାଠୀ ମଧ୍ୟ ୭ ରନ କରି ତୁରନ୍ତ ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ମାର୍କ୍ରମ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । କିନ୍ତୁ ମାର୍କ୍ରମ ୧୭ ବଲରୁ ୨୨ ରନ କରି ଆଉଟ ହୋଇଯାଇଥିଲେ । ଅଭିଷେକ ଶର୍ମା ମଧ୍ୟ ତୁରନ୍ତ ଆଉଟ ହୋଇଥିଲେ ।

ଏହାପରେ ହେନରିଚ କ୍ଲାସିନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ୧୬ ବଲରୁ ୨ ଛକା ଓ ୪ ଚୌକା ବଳରେ ୩୬ ରନ କରି ପୀୟୁଷ ଚାୱଲାଙ୍କ ଶିକାର ପାଲଟିଥିଲେ । ଅନ୍ୟପଟେ ପାଳି ସମ୍ଭାଳୁଥିବା ମୟଙ୍କ ଅଗ୍ରୱାଲ ୪୧ ବଲରୁ ୪୮ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନସେନ ୧୩ ଓ ୱାଶିଂଟନ ସୁନ୍ଦର ୧୦ ରନ କରି ଆଉଟ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ଆଜି ୨ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଫଳରେ ଦଳ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୭୮ ହିଁ କରିପାରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି