Masthead

ପୁଣି ଫାଇନାଲରେ ପାଣ୍ଡ୍ୟା ବାହିନୀ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ହରାଇ ଫାଇନାଲକୁ ପ୍ରବେଣ କରିଛି ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ୨୩୩ ରନର ବଡ଼ ସ୍କୋର କରିଥିଲା ଗୁଜରାଟ ଟାଇଟନ୍ସ । ଏତେ ବଡ଼ ବିଜୟଲକ୍ଷ୍ୟର ପିଛା କରି ମାତ୍ର ୧୭୧ ରନରେ ସମସ୍ତ ୱିକେଟ ହରାଇ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦ୍ୱିତୀୟ କ୍ବାଲିଫାୟରେ ୬୨ ରନର ବଡ଼ ବିଜୟ ସହ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ଟାଇଟନ୍ସ ।

ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଗୁଜୁରାଟ ଦଳ ୨୩୩ରେ ପହଞ୍ଚାଇଥିଲେ କରିଥିଲା । ଗୁଜୁରାଟ ପକ୍ଷରୁ ରିଦ୍ଧିମାନ ଶାହା କେବଳ ୧୮ ରନ କରି ପାଭିଲିୟନ ଫେରିଥିଲେ, ହେଲେ ଧୂଆଁଧାର ବ୍ୟାଟିଂ କରିଥିଲେ ଶୁଭମନ ଗିଲ । ସେ କେବଳ ୬୦ ବଲ ଖେଳି ଚଳିତ ସଂସ୍କରଣର ତୃତୀୟ ଶତକ ସହିତ ସମୁଦାୟ ୧୨୯ ରନ କରିଥିଲେ । ଅନ୍ୟପଟେ ସାଇ ସୁଦର୍ଶନ ୩୧ ବଲରୁ ୪୩ ରନ କରି ଗିଲଙ୍କ ଭରପୁର ସାଥ ଦେଇଥିଲେ । ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରୁ ଦୃତ ୨୮ ରନ କରି ଦଳୀୟ ସ୍କୋରକୁ ୨୩୩ରେ ପହଞ୍ଚାଇଥିଲେ ।

ତେବେ ଫାଇନାଲରେ ପ୍ରବେଶ କରିବା ପାଇଁ ମୁମ୍ବାଇ ଆଗରେ ୨୩୪ ରନର ବଡ଼ ଟାର୍ଗେଟ ରହିଥିଲା । ମୁମ୍ବାଇ ପକ୍ଷରୁ ଈଶାନ କିଶାନ ଆହତ ହେବା କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ନେହାଲ ୱାଧେରା ପାଳି ଆରମ୍ଭ କରିଥିଲେ । ହେଲେ ରୋହିତ ୮ ଓ ୱାଧେରା ମାତ୍ର ୪ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଓ କାମେରନ ଗ୍ରୀନ ଦୀର୍ଘ ସମୟ ପାଳିକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଭଲ ଭାଗିଦାରୀ ମଧ୍ୟ ହୋଇଥିଲା । ଆସନ୍ତା ରବିବାର ଫାଇନାଲରେ ଚେନ୍ନାଇକୁ ଭେଟିବ ଗୁଜରାଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି