Masthead

ପଞ୍ଜାବ କିଙ୍ଗ୍ସର ପରାଜୟ, ୨୪ ରନରେ ଜିତିଲା ଆରସିବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୨୪ ରନରେ ମାତ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମ୍ୟାଚ୍‌ରେ ଫାଫ୍‌ ଡୁପ୍ଲେସିଙ୍କ ସ୍ଥାନରେ ଆରସିବିର ଅଧିନାୟକ ଭାର ସମ୍ଭାଳିଥିଲେ ବିରାଟ କୋହଲି । ସିରାଜଙ୍କ ବୋଲିଂ ଧାର ପାଇଁ ମ୍ୟାଚରେ ବିଜୟୀ ହୋଇଛି ବାଙ୍ଗାଲୋର । ଏଥିପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ୍‌ ମଧ୍ୟ ବିବେଚିତ ହୋଇଛନ୍ତି । ଟସ୍‌ ଜିତି ପ୍ରଥମେ ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଅଧିନାୟକ ସାମ କରନ ।

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଆରସିବି ଓପନର ଡୁପ୍ଲେସି ଓ କୋହଲି । ଉଭୟଙ୍କ ମିଶି ୧୩୭ ରନ୍‌ କରି ଅର୍ଦ୍ଧଶତକ ହାସଲ କରିଥିଲେ । କୋହିଲି ୫୯ ରନ୍‌ କରି ଆଉଟ ହେବା ପରେ ମାକ୍ସୱେଲ ମଧ୍ୟ ପାଭିଲିୟନ ଫେରିଥିଲେ । କାର୍ତ୍ତିକ ଓ ଲୋମରୋର୍‌ ୭ ରନ୍‌ ଲେଖାଏଁ କରିଥିବା ବେଳେ ଶାହାବାଜ ଅହମ୍ମଦଙ୍କ ୫ ବଳରେ ଦଳ ୧୭୪ ସ୍କୋର କରିଥିଲେ । ପଞ୍ଜାବ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ପିଛା କରି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳୀୟ ସ୍କୋର୍‌ ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପାଭିଲିୟନ ଫେରିଥିଲେ ଅର୍ଥଭ ତାଇଦେ । ପ୍ରଭାସିମରନ ୪୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ନିୟମିତ ଅନ୍ତରାଳରେ ୱିକେଟ ହରାଇଥିଲା ପଞ୍ଜାବ । ସିରାଜଙ୍କ ବୋଲିଂ ସମ୍ମୁଖରେ ପଞ୍ଜାବ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ୧୫୦ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ପଞ୍ଜାବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ