Masthead

ପଞ୍ଜାବ କିଙ୍ଗ୍ସର ପରାଜୟ, ୨୪ ରନରେ ଜିତିଲା ଆରସିବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୨୪ ରନରେ ମାତ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମ୍ୟାଚ୍‌ରେ ଫାଫ୍‌ ଡୁପ୍ଲେସିଙ୍କ ସ୍ଥାନରେ ଆରସିବିର ଅଧିନାୟକ ଭାର ସମ୍ଭାଳିଥିଲେ ବିରାଟ କୋହଲି । ସିରାଜଙ୍କ ବୋଲିଂ ଧାର ପାଇଁ ମ୍ୟାଚରେ ବିଜୟୀ ହୋଇଛି ବାଙ୍ଗାଲୋର । ଏଥିପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ୍‌ ମଧ୍ୟ ବିବେଚିତ ହୋଇଛନ୍ତି । ଟସ୍‌ ଜିତି ପ୍ରଥମେ ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଅଧିନାୟକ ସାମ କରନ ।

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଆରସିବି ଓପନର ଡୁପ୍ଲେସି ଓ କୋହଲି । ଉଭୟଙ୍କ ମିଶି ୧୩୭ ରନ୍‌ କରି ଅର୍ଦ୍ଧଶତକ ହାସଲ କରିଥିଲେ । କୋହିଲି ୫୯ ରନ୍‌ କରି ଆଉଟ ହେବା ପରେ ମାକ୍ସୱେଲ ମଧ୍ୟ ପାଭିଲିୟନ ଫେରିଥିଲେ । କାର୍ତ୍ତିକ ଓ ଲୋମରୋର୍‌ ୭ ରନ୍‌ ଲେଖାଏଁ କରିଥିବା ବେଳେ ଶାହାବାଜ ଅହମ୍ମଦଙ୍କ ୫ ବଳରେ ଦଳ ୧୭୪ ସ୍କୋର କରିଥିଲେ । ପଞ୍ଜାବ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ପିଛା କରି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳୀୟ ସ୍କୋର୍‌ ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପାଭିଲିୟନ ଫେରିଥିଲେ ଅର୍ଥଭ ତାଇଦେ । ପ୍ରଭାସିମରନ ୪୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ନିୟମିତ ଅନ୍ତରାଳରେ ୱିକେଟ ହରାଇଥିଲା ପଞ୍ଜାବ । ସିରାଜଙ୍କ ବୋଲିଂ ସମ୍ମୁଖରେ ପଞ୍ଜାବ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ୧୫୦ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ପଞ୍ଜାବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି