Masthead

ପଦ୍ମ ଛାଡି ଶଙ୍ଖ ଧରିଲେ ଇରାନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ଇରାନୀ ରୟ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏହି ସମୟରେ ଦଳର ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଜେପିର ଉପରେ ବର୍ଷିବା ସହ ଇରାନୀ କହିଛନ୍ତି, ୮ରୁ ୯ ବର୍ଷ ହେବ ମୁଁ ରାଜନୀତିରେ ଅଛି। ବିଜେପି ପାଇଁ ମୁଁ ମୋର ୧୦୦ ପ୍ରତିଶତ ଦେଇଛି ହେଲେ ମୋତେ ନ୍ୟାୟ ମିଳିନି କି ମୋର କର୍ମୀଙ୍କୁ ଉଚିତ ସମ୍ମାନ ମିଳିନି । ମୋ ସହ ଅନ୍ୟାୟ ହୋଇଛି । ନୟାଗଡରେ ବିଜେପି ବୋଲି କିଛି ନଥିଲା। ସମସ୍ତେ କଂଗ୍ରେସ ଛାଡି ବିଜେପି ସହ ସଂଗଠିତ ହୋଇଥିଲେ। ତାକୁ ନେଇ ଆମେ କାର୍ଯ୍ୟ କରୁଥିଲୁ। ହେଲେ ସମ୍ମାନ ମିଳିଲାନି। ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ବିଜେଡିରେ ମିଶିଲି। ଟିକେଟ ପ୍ରତି ମୋର ଆଶା ନାହିଁ। ମୁଁ ଦଳ ପାଇଁ କାମ କରିବି।

ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଉଭୟ କିନ୍ତୁ ନିର୍ବାଚନରେ ସେମାନେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ। ଏବେ କିନ୍ତୁ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପିରୁ ନୟାଗଡ଼ ବିଧାନସଭା ଆସନ ପାଇଁ ଇରାନୀ ଆଶାବାଦୀ ଥିଲେ। କିନ୍ତୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କୁମାରୀଙ୍କୁ ପ୍ରାର୍ଥୀ କରିବ ବୋଲି ବିଜେପି ଯୋଜନା କରିଥିବା କୁହାଯାଉଛି। ତେଣୁ ଇରାନୀ ଟିକେଟ୍ ପାଇବା ନେଇ ଅନିଶ୍ଚତତା ଥିଲେ । ଆଉ ଏହି ସମୟରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି