Masthead

ଧାନ ବିକ୍ରିରେ ଅନିୟମିତତା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଧାନ ବିକ୍ରିରେ ଅନିୟମିତତା । ଶୋଷଣ ହେଉଛନ୍ତି ଚାଷୀ ମାଲାମାଲ୍ ହେଉଛନ୍ତି ସମ୍ପାଦକ ଓ ମିଲର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଲଣା ସେବା ସମବାୟ ସମିତିରେ । ସରକାରଙ୍କ ପକ୍ଷରୁ ଲାଗୁ କରାଯାଇ ଥିବା ନିୟମକୁ ଖୁଲମ୍ ଖୁଲା ଭାବେ ଉଲଘଂନ କରୁଛନ୍ତି ସମ୍ପାଦକ ଆଉ ମିଲର । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପ୍ରାଥମିକ କୃଷି ସମବାୟ ସମିତି ରେ ମୋଟ ଚଳିତ ବର୍ଷ ୫୭୫ ଜଣ ଚାଷୀ ନିଜର ନାମ ପଞ୍ଜିକୃତ କରିଥିବା ବେଳେ ୯୫୦୦କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରିବା ପାଇଁ ନିଷ୍ପତି ହୋଇଥିଲା ।

କିନ୍ତୁ ବର୍ତମାନ ସୁଦ୍ଧା ୮୭ ଜଣ ଚାଷୀଙ୍କ ଠାରୁ ୪୧୬୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। କିନ୍ତୁ ଏହି ଧାନ କିଣାରେ ଅନିୟମିତତା ଦେଖା ଦେଇଛି । କୁଇଣ୍ଟାଲ ପିଛା ତିନି କେଜି ଧାନ କାଟୁଛନ୍ତି ସମ୍ପାଦକ ଆଉ ମିଲର । ଯାହାକୁ ବିରୋଧ କରିଛନ୍ତି ଚାଷୀ । ମୁଖ୍ୟ କଥା ଏହି ସମବାୟ ସମିତି ପକ୍ଷରୁ ଯେତିକି ଚାଷୀ କୁ ମେସେଜ ମାଧ୍ୟମରେ ସୂଚନା ଦିଆଯାଇଥିଲେ ମଧ୍ୟ ସେତିକି ପରିମାଣରେ ଧାନ କୁ କ୍ରୟ କରୁନାହାନ୍ତି ସମ୍ପାଦକ ମିଲର। ଗାଡି ସମସ୍ୟା ଦେଖାଇ ଚାଷୀ ଙ୍କୁ ହଇରାଣ କରୁଛନ୍ତି । ତେବେ ଘଟଣା କୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇବା ସହିତ ସମବାୟ ର ସମ୍ପାଦକ ଆଉ ମିଲର ଙ୍କ ଉପରେ କାର୍ୟ୍ୟନୁଷ୍ଠାନ ଦାବି କରିଛନ୍ତି ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ