Masthead

ଅନ୍ୱେଷା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆ ଅନ୍ୱେଷା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା। ସହରାଞ୍ଚଳର ଇଂରାଜୀ ମାଧ୍ୟମ ଘରୋଇ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ‘ଅନ୍ୱେଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏହି ଯୋଜନା ବାଟ ହୁଡିଛି । ପ୍ରଶାସନର ଅବହେଳାରୁ ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ସହରାଞ୍ଚଳ ଶିକ୍ଷା ଯୋଜନା ବା ‘ଅନ୍ୱେଷା କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ଉଦଳାରେ କାର୍ଯ୍ୟକାରୀ ହେଉଛି। ତେବେ କରଞ୍ଜିଆ ସହରରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଲାଗିରହିଛି ।

ପ୍ରଶାସନର ଜ୍ଞାତ ସାରରେ ଅଣ-ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାଙ୍କ ପାଠପଢା ଚାଲୁଛି। ସିଧାସିଧା କହିବାକୁ ଗଲେ,କରଞ୍ଜିଆର ବିକାଶ କନଭେଣ୍ଟ ସ୍କୁଲ,ବ୍ରାଇଟ ଏଞ୍ଜେଲ ପବ୍ଲିକ ସ୍କୁଲ,ଡିଏମ ପବ୍ଲିକ ସ୍କୁଲ,ସେଣ୍ଟ ଜାଭିଓର ପବ୍ଲିକ ସ୍କୁଲ ଓ ଶିମିଳିପାଳ ଇଂଲିଶ ମିଡ଼ିଓମ ସ୍କୁଲକୁ ମିଶାଇ ଯେଉଁ ୫ଟି ଘରୋଇ ଶିକ୍ଷାନୁଷ୍ଠାନରେ ଅନ୍ୱେଶା କାର୍ଯ୍ୟକ୍ରମ ଚାଲୁଛି,ସେଥିରୁ କେବଳ ବିକାଶ କନଭେଣ୍ଟ ସ୍କୁଲକୁ ଛାଡିଦେଲେ ଅନ୍ୟ ୪ଟିର Affiliation ହିଁ ନାହିଁ । ଅର୍ଥାତ ଶିକ୍ଷାଦାନ ପାଇଁ କୌଣସି ଶିକ୍ଷାବୋର୍ଡ ଦ୍ୱାରା ଆବଶ୍ୟକ ଅନୁମତି ଦିଆଯାଇ ନାହିଁ । ଏହିସବୁ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢା ପାଇଁ ଆବଶ୍ୟକ ଭିତ୍ତିଭୂମିର ଘୋର ଅଭାବ । କେଉଁ ଶିକ୍ଷାନୁଷ୍ଠାନ market complex ରେ ଚାଲିଛି ତ, ଆଉ କେଉଁଠି ୧୦-୨୦ ଡେସିମିଲ ପରିମିତ ଭଡ଼ାଘରେ ଚାଲୁଛି। ଯାହାକି ପିଲାଙ୍କୁ ଉନ୍ନତମାନର ଶିକ୍ଷାଦାନରୁ ବଞ୍ଚିତ କରୁଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,ଏସବୁ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଚାଲୁଥିବା ବେଳେ ଏହି ଅଣ-ଅନୁବନ୍ଧିତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପିଲା କେମିତି ମାଟ୍ରିକ ପରୀକ୍ଷା ଦେବେ? କୋଉଠୁ ସାର୍ଟିଫିକେଟ ପାଇବେ?

ଏ ସମ୍ପର୍କରେ କରଞ୍ଜିଆର ମାନବାଧିକାର କର୍ମୀ ଭାଗବତ ଚନ୍ଦ୍ର ଦାସ ଦୁଇଦିନ ତଳେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଖା ହେଲା କରଞ୍ଜିଆ ସହରରେ ପୂର୍ବରୁ ବୋର୍ଡ଼ ଅନୁବନ୍ଧିତ ବା ସ୍ୱୀକୃତିପ୍ରାପ୍ତ ଇଂରାଜୀ ମାଧ୍ୟମ ସ୍କୁଲ ରହିଥିବା ବେଳେ,ଅନ୍ୱେଶା ଭଳି କାର୍ଯ୍ୟକ୍ରମ ସେଠାରେ କାର୍ଯ୍ୟକାରୀ ନହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। କରଞ୍ଜିଆ ସହରରେ ଥିବା ବିବେକାନନ୍ଦ ପବ୍ଲିକ ସ୍କୁଲରେ ୩୦ରୁ ଉର୍ଦ୍ଧ୍ବ ସ୍ମାର୍ଟ କ୍ଲାସ ସହିତ,ଇ-ଲାଇବ୍ରେରୀ,ସବୁ ବିଭାଗର ଲାବୋରୋଟାରୀ, ବିସ୍ତୀର୍ଣ୍ଣ ଖେଳ ପଡିଆ, ପାର୍କ, ଲିଫ୍ଟ ବ୍ୟବସ୍ଥା, ଯାତାୟାତ ସୁବିଧା ମହଜୁଦ ରହିଛି । ଅଥଚ ପ୍ରଶାସନ ପାଖରେ ଏ ସ୍କୁଲ ବାବଦରେ କୌଣସି ଖବର ହିଁ ନାହିଁ। କରଞ୍ଜିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅବ୍ୟବସ୍ଥାକୁ ସ୍ୱୀକାର କରିବା ସହ ଜିଲ୍ଲା ସଂପ୍ରସାରଣ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ସବୁକିଛି ଚାଲିଛି ବୋଲି କହିଛନ୍ତି।

ଘଟଣା ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ କହିଛନ୍ତି ଅଭିଯୋଗର ତଦନ୍ତ ହେବ । ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଅବ୍ୟବସ୍ଥା,ଅନିୟମିତତା ସମ୍ପର୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ପଷ୍ଟ ସୂଚନା ଦେଉଥିବା ବେଳେ ଜିଲ୍ଲାପାଳଙ୍କ ଚିରାଚରିତ ପ୍ରତିଶ୍ରୁତି ଆଗକୁ ଏହି ଅନୁସୂଚିତ ଜାତି ଓ ଜନଜାତି ଶିଶୁଙ୍କୁ ଉନ୍ନତମାନର ଶିକ୍ଷା ଅଧିକାରକୁ ସୁରକ୍ଷିତ କରିପାରୁଛି କି ନାହିଁ ତାହା ଭବିଷ୍ୟତ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?