Masthead

କେସିଆର ବନାମ ରେଭନ୍ତ ମଧ୍ୟରେ କମାରେଡ୍ଡୀ ଆଉ କାହାର

https://youtu.be/YwMhcMEZ3C8

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନା ରାଜନୀତିର ବଡ଼ ନାଁ କେସିଆର । ଆଉ ଏବେ ବଡ଼ ନାଁ ରେଭନ୍ଥ ରେଡ୍ଡୀ । ଜଣେ ସରକାରରୁ ଗଲେ, ଜଣେ ଆସିଲେ । ହେଲେ ଆପଣ ଜାଣନ୍ତି କି, ଗୋଟିଏ ବିଧାନସଭା ଆସନରେ ଉଭୟ ପ୍ରାର୍ଥୀ ହୋଇଥିଲେ । ସେଇଠି ଯାହା ଫଳ ହେଲା, ତାହା ସମସ୍ତଙ୍କୁ ଚମକାଇ ଦେଲା ।


ଚର୍ଚ୍ଚାରେ ଥିଲା ତେଲେଙ୍ଗାନା ପଲିଟିକ୍ସ । ୧୧୯ଟି ବିଧାନସଭା ଆସନ ପାଇଁ ରେସ ଚାଲିଥିଲା ବିଆରଏସ ଓ କଂଗ୍ରେସ ମଧ୍ୟରେ । ଆଶା କରାଯାଉଥିଲା କଡ଼ା ଟକ୍କର ହେବ ବୋଲି । ଗଣତି ଆରମ୍ଭ ହେଲା । ରେସରେ ଆଗେଇ ଚାଲିଲା କଂଗ୍ରେସ । ଧିରେ ଧିରେ ଖାତା ଖୋଲିବା ଆରମ୍ଭ କଲା ବିଆରଏସ । କିନ୍ତୁ ସବୁଠୁ ପଛରେ ରହିଥିଲା ବିଜେପି । ବହୁଳ ସମର୍ଥନ ସହ କଂଗ୍ରେସ ନିଜର ସରକାର ଗଢିବା ପାଇଁ ସଫଳ ହେଲା । କିନ୍ତୁ ସମସ୍ତଙ୍କ ନଜର ଥିଲା କମ୍ମାରେଡ୍ଡୀ ଆସନ ଉପରେ । କାରଣ ରାଜ୍ୟରେ ଫୋକସରେ ଥିବା ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଆରଏସର ସୁପ୍ରିମୋ ଏହି ଆସନରୁ ଠିଆ ହୋଇଥିଲେ । ସେ ବିଆରଏସ ମୁଖ୍ୟ କେସିଆର ହୁଅନ୍ତୁ ଅବା ପ୍ରଦେଶ କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀ । ଦୁହିଁଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ । କିନ୍ତୁ ସମସ୍ତଙ୍କ ଆଶାକୁ ଚକମା ଦେଇ ବାଜି ମାରିଲା ଭାରତୀୟ ଜନତା ପାର୍ଟି । ଇଲେକ୍ସନ କମିଶନର ତଥ୍ୟ ଅନୁସାରେ ଗଣତିରେ ଶେଷରେ ପଡିଥିଲେ ରେଭନ୍ତ ରେଡ୍ଡୀ ।

୫୪,୯୧୬ ଭୋଟ ସହ ୨୮.୪୭% ଭୋଟ ହାତେଇଥିଲେ ରେଭନ୍ତ ରେଡ୍ଡୀ । ସେହିଭଳି ବିଆରଏସ ମୁଖ୍ୟ କେସିଆରଙ୍କ ଖାତାକୁ ଯାଇଥିଲା ୫୯,୯୧୧ ଖଣ୍ଡ ଭୋଟ । ଥିଲା ୩୧.୦୬% ଜନତାଙ୍କ ସମର୍ଥନ । କିନ୍ତୁ ଚମକାଇଲା ଭଳି ଫଳାଫଳ ସାମ୍ନାକୁ ଆସିଲେ । ପଲଟିଗଲା ସବୁ ସମୀକରଣ । ସମର୍ଥନ ଗଲା ବିଜେପି ପ୍ରାର୍ଥୀ ଭେଙ୍କଟ ରମଣ ରେଡ୍ଡୀଙ୍କୁ । ତେଲେଙ୍ଗାନାବାସୀ ୩୪.୫୫% ସହ ୬୬,୬୫୨ ଖଣ୍ଡ ଭୋଟ ଦେଇ ଜନତା ଜନାର୍ଦ୍ଦନ ରମଣ ରେଡ୍ଡୀଙ୍କୁ ବିଜୟୀ କଲେ । ରାଜ୍ୟର ପଲିଟିକାଲ ହଟସ୍ପଟ୍ ଥିବା କମାରେଡ୍ଡୀ ନିର୍ବାଚନ ମଣ୍ଡଳୀରେ ବାଜିଗର ସାଜିଲେ ରମଣ । ଫିକା ପଡିଗଲା ମୁଖ୍ୟମନ୍ତ୍ରୀ ଗାଦିରେ ଥିବା କେସିଆରଙ୍କ ଯାଦୁ । ଚାଲିପାରିଲାନି ରେଭନ୍ତଙ୍କ ହାତର କମାଲ । ଫୁଟିଲା ପଦ୍ମ । ରାଜ୍ୟରେ କଂଗ୍ରେସ ବିଜୟୀ ହୋଇଛି ସତ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ମଣାଯାଉଥିବା ଏହି ସିଟକୁ ହାତେଇବାରେ ସଫଳ ହୋଇପାରିଲେନି ଦୁଇ ପ୍ରମୁଖ ଦଳ । ତି୍ରମୁଖୀ ଲଢେଇ ବିଜେପି ସପକ୍ଷରେ ଗଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ