Masthead

ଆତଙ୍କୀଙ୍କ କୌଶଳକୁ ବୁଝିବାକୁ ହେବ: ଗୁଲାମ ନବୀ ଆଜାଦ

ଜାମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): କିଛିଦିନ ମଧ୍ୟରେ ବାରମ୍ବାର ଜାମ୍ମୁ-କାଶ୍ମୀର ସୀମା ଅଶାନ୍ତ ହେବାରେ ଲାଗିଛି । କେତେବେଳେ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି ତ ଆଉ କେତେବେଳେ ବିଜେପି ନେତାଙ୍କୁ । ସୀମାରେ ୧୯ ଦଶକରେ ଯେପରି ଆତଙ୍କ ଖେଳାଇଥିଲେ, ସେହିପରି ପୁନଃରାବୃତ୍ତି କରିବା ପାଇଁ ବାରମ୍ବାର ଆତଙ୍କୀମାନେ ଷଡଯନ୍ତ୍ର କରିଆସୁଛନ୍ତି । ଏହା ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଉପରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ବଡ଼ ବୟାନ ଦେଇଛନ୍ତି । ତେବେ ଲୋକଙ୍କୁ କିପରି ହତ୍ୟା କରାଯାଉଛି ତାହା ପୁଲିସ ଏବଂ ଏଜେନ୍ସିଗୁଡ଼ିକୁ ବୁଝିବାକୁ ପଡ଼ିବ ।

କାହିଁକିନା ଗତ ୩୦ ବର୍ଷ ମଧ୍ୟରେ ଆତଙ୍କବାଦୀମାନେ ଆତଙ୍କ ବିସ୍ତାର କରିବା ଏବଂ ଲୋକଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ କୌଶଳ ଆପାଣାଇଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଏହାକୁ ନ ବୁଝନ୍ତି ତାହାଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବ । ପ୍ରଥମେ ଜଣେ କିମ୍ବା ଦୁଇଜଣ ଆତଙ୍କବାଦୀଙ୍କୁ ଧରି ସେମାନଙ୍କ ପଦ୍ଧତିକୁ ବୁଝିବାକୁ ପଡ଼ିବ । ଏବଂ ଏଜେନ୍ସିମାନେ ଯଥାଶୀଘ୍ର ଏହାକୁ କରିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ