Masthead

କଂଗ୍ରେସ ନେତୃତ୍ୱ ହିଁ ଦଳକୁ ଧ୍ୱଂସ କରୁଛି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ସର୍ବପୂରାତନ ଦଳ ଜାତୀୟ କଂଗ୍ରେସରେ ଦେଖାଦେଇଛି ଫାଟ । ଜଣେ ପରେ ଜଣେ ଦଳ ଛାଡ଼ି ଯାଉଥିଲା ବେଳେ ଚୁପ ହୋଇ ବସିଛନ୍ତି ଦଳର ସୁପ୍ରିମୋ ସୋନିଆ ଗାନ୍ଧି । ଏହା ମଧ୍ୟରେ କଂଗ୍ରେସକୁ ବଡ଼ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ନଟବର ସିଂହ । ତେବେ କଂଗ୍ରେସର ନେତୃତ୍ୱ ହିଁ ଦଳକୁ ଧ୍ୱଂସ କରୁଛି । ଏନେଇ ଦଳ ପକ୍ଷରୁ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତାହାଲେ ଦେଶରୁ କଂଗ୍ରେସ ଖୁବଶୀଘ୍ର ଲୋପ ପାଇଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ନଟବର ସିଂହ କହିଛନ୍ତି ।

ସେହିପରି ପଞ୍ଜାବରେ ଦେଖାଦେଇଥିବା କଂଗ୍ରେସ ସଙ୍କଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । କଂଗ୍ରେସରେ ବର୍ତ୍ତମାନ କୌଣସି ନିର୍ବାଚିତ ସଭାପତି ନାହାଁନ୍ତି । କିଏ ନିଷ୍ପତ୍ତି ନେଉଛି । ଦଳର ସମସ୍ତ ନିଷ୍ପତ୍ତି ଏବେ କିଏ ନେଉଛି ଆମକୁ ଜଣାନାହିଁ । ଆମେ ହେଲୁ ଜି-୨୩ । ନିଶ୍ଚିତ ଭାବେ ଏହା ଜି-ହୁଜୁର ୨୩ ନୁହେଁ । ଆମେ ସମସ୍ୟାକୁ ଗୁରୁତ୍ୱ ଦେବୁ । ଏହା ସହ ମୁଁ ଏଭଳି ଡ୍ରାମାରେ ଡ଼ରିଯିବି ନାହିଁ । ମୁଁ ଯାହା କହିଛି ସେଥିରେ ଏକମତ ଅଛି ବୋଲି କପିଲ ସିବଲ କହିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହେଇଯାଉଛି ଯେ ଦଳରେ ଯୁବ ନେତା ବନାମ ବରିଷ୍ଠ ନେତା ମଧ୍ୟରେ ବିବାଦ ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି