ସ୍କୁଲ ବନ୍ଦ ନିର୍ଦ୍ଦେଶକୁ ଅବିଭାବକଙ୍କ ବିରୋଧ

ଜଗନ୍ନାଥପ୍ରସାଦ, (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଜିରାବାଡ଼ି ପଞ୍ଚାୟତ ଲେପା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି। ଏହି ବିଦ୍ୟାଳୟକୁ ଜିରାବାଡ଼ି ବିଦ୍ୟାଳୟରେ ମିଶାଇ ଦେବାକୁ ସରକାରୀ ନିର୍ଦ୍ଦେଶ ଆସିଛି। ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଶୁକ୍ରବାର ବିଦ୍ୟାଳୟକୁ କାଗଜପତ୍ର ଠିକ କରିବା ଲାଗି ଆସିଥିବା ଶିକ୍ଷକଙ୍କୁ ବିଦ୍ୟାଳୟକୁ ଯିବାକୁ ଦେଇନାହାନ୍ତି ଲୋକେ। ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି।

୧୯୫୯ରେ ଲେପା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରୁ ଜିରାବାଡ଼ିରେ ମିଶାଇବା ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ। ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଓ ସହକାରୀ ଶିକ୍ଷକ ଭୀମସେନ ପ୍ରଧାନ ବିଦ୍ୟାଳୟ ମିଶ୍ରଣ ଜନିତ କାଗଜପତ୍ର ଠିକ୍ କରିବା ଲାଗି ଆସିଥିଲେ। ଖବର ପାଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟ ଓ ଗ୍ରାମବାସୀ ସେଠାରେ ପହଞ୍ଚି ଗେଟ୍ ଖୋଲିବାକୁ ବାରଣ କରିଥିଲେ। ଫାଟକ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିଲେ। ଦୁଇ ଶିକ୍ଷକ ଦୀର୍ଘ ସମୟ ଅପକ୍ଷା କରିବା ପରେ ଏବିଇଓ ସୀମାଞ୍ଚଳ ଜାନୀଙ୍କୁ ଏ ନେଇ ଜଣାଇଥିଲେ। ଚିଠି ହୋଇଛି ତୁମେମାନେ ଲୋକମାନଙ୍କୁ ବୁଝାଇ ବିଦ୍ୟାଳୟର ଦାୟିତ୍ୱ ହସ୍ତାନ୍ତର କର। ମୁଁ କୌଣସି ମତାମତ ଦେଇପାରିବି ନାହିଁ ବୋଲି କହିଥିଲେ ଶିକ୍ଷା ଅଧିକାରୀ। ଶେଷରେ ବାଧ୍ୟ ହୋଇ ଶିକ୍ଷକ ଦ୍ୱୟ ସେଠାରୁ ପଳାଇ ଆସିଥିଲେ।

ବିଦ୍ୟାଳୟ ସ୍ଥାନାନ୍ତର ନ କରାଇବାକୁ ପୂର୍ବରୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ନିକଟରେ ଅଭିଭାବକମାନେ ଲିଖିତ ଅଭିଯୋଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!