Masthead

ଟିକେଟ ନପାଇବାରୁ ବିଜେପିରୁ ଇସ୍ତଫା ଦେଲେ ଜଗଦୀଶ ଶେଟ୍ଟର

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ଟିକେଟ ନପାଇବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର୍‌ ଶନିବାର ବିଜେପିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଶନିବାର ରାତିରେ ତାଙ୍କ ବାସଭବନରେ ଚାଲିଥିବା ବୈଠକ ବିଫଳ ହେବା ପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସରକାର ସମୟରେ କର୍ଣ୍ଣାଟକ ବିଧାନସଭାର ବିରୋଧୀଦଳ ନେତା ଥିବା ଶେଟ୍ଟର କହିଛନ୍ତି କି ବିଜେପି ଟିକେଟ ନଦେଲେ ବି ସେ ନିଶ୍ଚିନ୍ତଭାବେ ବିଧାନସଭା ର୍ନିର୍ବାଚନ ଲଢିବେ ।

ପାର୍ଟିରେ ନିଜର ଯୋଗଦାନ ଓ ପ୍ରମୁଖ ପଦରେ ରହି ଦାୟିତ୍ୱ ନିର୍ବାହ କରିବା କଥାକୁ ମନେପକାଇ ସେ କହିଛନ୍ତି କି, ଯେଭଳି ଭାବେ ଦଳ ମୋତେ ଅପମାନିତ କଲା ଏଥିରେ ମୁଁ ଆଶ୍ଚର୍ୟ୍ୟ ହୋଇଯାଇଛି । ଏଣୁ ସେହି ପାର୍ଟିରୁ ମୁଁ ଏବେ ଇସ୍ତଫା ଦେଉଛି ଯାହାକୁ ମୁଁ ରାଜ୍ୟରେ ବିକଶିତ କରିଥିଲି । ଶେଟ୍ଟର ଅଭିଯୋଗ କରିଛନ୍ତି କି, ଦଳ ତରଫରୁ ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ