Masthead

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର!

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜିର ଜଣେ ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର । ଅଡିଓ ହେଲା ଭାଇରାଲ । ଜଣେ ୱେବ୍ ସାମ୍ବାଦିକଙ୍କ ସହ ଜେଲର ବିକାଶଲତା ବାରୁଙ୍କ ସହ ଅଡିଓ ବାର୍ତ୍ତା ବଲାଙ୍ଗିର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜୀବନ୍ତ ହେଉ କି ମୃତ, ଜଣକ ମୁଣ୍ଡ ଦରକାର ବୋଲି ଜେଲର କହୁଥିବା ଅଡିଓରେ ସ୍ପଷ୍ଟ ଶୁଭାଯାଉଛି । ଅନ୍ୟପଟେ ୱେବ୍ ସାମ୍ବାଦିକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଳି ପାଇଁ ତାଙ୍କ ନିକଟକୁ ଆଣି ଦେବାକୁ ଜେଲରଙ୍କୁ କଥା ମଧ୍ୟ ଦେଉଛନ୍ତି । ତେବେ ଜେଲର ଓ ଜଣେ ସାମ୍ବାଦିକଙ୍କ ଅଡିଓ ଭାଇରାଲ ହେବା ପରେ ରୋହନ ମହତ୍ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଏତଲାରେ ଅନୁରୋଧ ଯାଇଛି । ହେଲେ ଏତଲା ଦେଇଥିବା ରୋହନଙ୍କର ଏକ ଅଡିଓ ମଧ୍ୟ ଭାଇରାଲ ହେଉଛି । ଜେଲରଙ୍କ ସହ ଅଡିଓ ଭାଇରାଲ ହୋଇଥିବା ୱେବ୍ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରିବାକୁ କହୁଛନ୍ତି ରୋହନ । ଏପରିକି ଜେଲରଙ୍କୁ ବଞ୍ଚାଇବା ପାଇଁ କିଷାନ ଅଗ୍ରୱାଲଙ୍କୁ ମୋହରା କରିବାକୁ ପଡିବ ବୋଲି ସେ ୱେବ୍ ସାମ୍ବାଦିକଙ୍କୁ କହୁଛନ୍ତି । ଏଥିପାଇଁ ଜେଲର ନୂହେଁ, କିଷାନଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ କହୁଛନ୍ତି ରୋହନ । ଅନ୍ୟପଟେ ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା । ମ୍ୟାଡମଙ୍କୁ ୨ ଲକ୍ଷ ଟଙ୍କା ରୋହନ ଦାବି କରିଥିବା ସେ କହିଛନ୍ତି । ସେପଟେ ହତ୍ୟା ଷଡଯନ୍ତ୍ର କଥାକୁ ଖଣ୍ଡନ କରିବା ସହ ରୋହନ ତାଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ଜେଲର । ଏନେଇ ସେ ମଧ୍ୟ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ