Masthead

ନିଷ୍ଠୁର ପ୍ରଶାସନ

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ଲୋକଙ୍କୁ ନ୍ୟାୟୋଚିତ ସେବା ଯୋଗାଇବା ପ୍ରଶାସନର ଧର୍ମ । ବେଳେ ବେଳ ପ୍ରଶାସନ ନିଜର ଧର୍ମପଥରୁ ଓହରି ବେନିୟମ କାର୍ଯ୍ୟ କରୁଥିବାର ଦୃଷ୍ଟାନ୍ତ କିଛି କମ୍ ନାହିଁ । ଦଳିତ ଆଦିବାସୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଘର ଭାଙ୍ଗିଦେଇଛି ପ୍ରଶାସନ । ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଜାମପାଲି ଗାଁରେ ଘଟିଛି ଏଭଳି ଘଟଣା ।

ଜାମପାଲି ଗାଁର ଲତା ସୁନାଙ୍କ ଘର ଭାଙ୍ଗି ଦେଇଛି ପ୍ରଶାସନ । ଏପରିକି ଲତାଙ୍କ ପରିବାରକୁ ଗାଁରୁ ବାହାର କରାଯାଇଛି । ଭୟଭୀତ ହୋଇ ଅସହାୟ ଲତା ପରିବାର ସହ ଜଙ୍ଗଲରେ ପଲିଥିନ୍ ଟାଣି ଜୀବନ ବିତାଉଛନ୍ତି । ପ୍ରଶାସନର ଏଭଳି ନିଷ୍ଠୁର କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

ଜାଗାବାଡ଼ି ମାମଲାକୁ ନେଇ ପଡ଼ୋଶୀଙ୍କ ସହ ଲତାଙ୍କ ଝଗଡ଼ା ହୋଇଥିଲା । ମାମଲା ଥାନାଠାରୁ ଆରମ୍ଭ କରି ଦଳିତ ସଂଘ ଓ ମାନବଅଧିକାର କମବିଶନଙ୍କ ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ଏହି ବିବାଦର କିଛି ସ୍ଥାୟୀ ସମାଧାନ ହୋଇନଥିଲା । ଶେଷରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ନିର୍ଦ୍ଦେଶରେ ଝାରବନ୍ଧ ତହସିଲଦାର ଲତାଙ୍କ ଘର ଭାଙ୍ଗିଦେଇଥିଲେ । ଆବାସ ଯୋଜନାରେ ପକ୍କାଘର ପାଇଥିବା ଘରକୁ ଜେସିବି ଲଗାଇ ଭଙ୍ଗାଯାଇଥିଲା । ସରକାରୀ ଜମିରେ ଘର କରିଥିବାରୁ ଭଙ୍ଗାଯାଇଥିବା ତହସିଲଦାର କହିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସେ ସରକାରୀ ଜମିରେ ଆବାସ ଯୋଜନାରେ ଘର କରିବା ଲାଗି ଆଦେଶ ପାଇଲେ କେମିତି । ଘର ତିଆରି ହେଲା ବେଳେ କାହାର କିଛି ଅଭିଯୋଗ ନଥିଲା । ଏବେ କାହିଁକି ଭଙ୍ଗାଗଲା । ଥଇଥାନ ଲାଗି କୌଣସି ସୁବିଧା ନକରାଇ ଏଭଳି ନିଷ୍ପତ୍ତି ପ୍ରଶାସନ ନେଲା କିପରି? ପ୍ରଶାସନର ଏଭଳି ନିସ୍ପତ୍ତି ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ସେମାନେ ଘଟଣାକୁ ଘୋର ନିନ୍ଦା କରିଛନ୍ତି । ସେପଟେ ଘର ଭାଙ୍ଗିବା ପରେ ଜଙ୍ଗଲରେ ଅତି ଦୟନୀୟ ଜୀବନ ବିତାଉଛନ୍ତି ଲତାଙ୍କ ପରିବାର । ‘ବଡ଼ ଖବର’ ଜରିଆରେ ନିଜର ଦୁଃଖ ସରକାରଙ୍କୁ ଜଣାଇବା ଲାଗି ଲତା କରିଛନ୍ତି ଆକୁଳ ନିବେଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା