Masthead

ଆଜିବି ବର୍ଷିଲେ ଜୟନାରାୟଣ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବଦାସ ହତ୍ୟାକାଣ୍ଡ ଘଟଣା ପ୍ରସଙ୍ଗରେ ଗୃହ ଅଚଳ ହେବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ମୁଖ୍ୟମନ୍ତ୍ରୀ କ’ଣ ଜାଣୁଛନ୍ତି । ମୁଖ୍ୟମନ୍ତ୍ରୀ ବହୁତ ଡ୍ରାମା ବାଜ୍ । ସରଳ ଚେହେରା ଆଉ ଡ୍ରାମା ଦେଖାଇ ଓଡ଼ିଶାବାସୀଙ୍କୁ ଭୁଲାଉଛନ୍ତି । କିନ୍ତୁ ପ୍ରକୃତରେ ସବୁ କଥାରେ ସମ୍ମତି ନହେଲେ କୌଣସି କାମ ହୁଏ ନାହିଁ । ଏବଂ ଯେତେ ଯାହା ହେଉଛି, ତାଙ୍କ ସମ୍ମତିରେ ହିଁ ହେଉଛି । ଅନେକ କଥା ବାହାରୁଛି, ଆଗକୁ ଆହୁରି ଅନେକ କଥା ବାହାରିବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ ମିଶ୍ର । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଗୃହକୁ ଆସିବା ପାଇଁ ସମୟ ହେଉନାହିଁ । ସେ ଘରେ ରହି ଭିସି ଜରିଆରେ ଗୃହରେ ଭାଗ ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ରାଜନୀତି କରିବା ପାଇଁ ତାଙ୍କ ପାଖରେ ପ୍ରଚୁର ସମୟ ଅଛି । ରାଜନୀତି କରିବାକୁ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଏହା ବହୁତ ନିନ୍ଦନୀୟ କଥା । ଗୃହର ନେତା ହୋଇ ଯଦି ମୁଖ୍ୟମନ୍ତ୍ରୀ ଗୃହକୁ ସମ୍ମାନ ଦେଉନାହାନ୍ତି । ତାହେଲେ ଆଉ କିଏ ଗୃହକୁ ସମ୍ମାନ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ