ସତ୍ୟବାଦୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ଆସିଲେ ଦେଖିବାକୁ ମିଳେ ଦଳ ଡିଆଁ ରାଜନୀତି । କିନ୍ତୁ ସତ୍ୟବାଦୀରେ ଦେଖିବାକୁ ମିଳିଛି ଏହାର ଏକ ଭିନ୍ନ ଚିତ୍ର । ଯେଉଁଠି ବିଧାୟକ ସରପଞ୍ଚ ଏବଂ ସମସ୍ତ ୱାର୍ଡ ସଭ୍ୟଙ୍କ ସହିତ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ର ପୁର ପଂଚୟତର ସରପଂଚ ଓ ସମସ୍ତ ୱାର୍ଡ ମେମ୍ବର ପଂଚୟତର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ ଭେଟିବାକୁ ଯାଇଥିଲେ।
କିନ୍ତୁ ବିଧାୟକ ଉମାକାନ୍ତ ସାମନ୍ତରାୟ ସେମାନଙ୍କ ସରଳତାର ସୁଯୋଗ ନେଇ ଏକ ଖେଳ ଖେଳିଛନ୍ତି । ସରପଂଚ ଏବଂ ସମସ୍ତ ୱାର୍ଡ ସଭ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ବିଧାୟକ ତାଙ୍କ ସୋସିଆଲ ମିଡିଆ ପେଜରେ ଲେଖିଛନ୍ତି । ତେବେ ବିଧାୟକଙ୍କ ଏଭଳି କାମକୁ ନେଇ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।