Masthead

କାକଟପୁରରେ ବିଜେପିର ମିଶ୍ରଣ ପର୍ବ

କାକଟପୁର, (ବଡ଼ ଖବର ବ୍ୟୁରୋ) : କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତର ଶତାଧିକ ବିଜେଡିକର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ । ଦୀର୍ଘଦିନ ଧରି ବିଜୁ ଜନତା ଦଳ ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଶାସକ ଦଳର ନେତମାନେ ଜନସାଧାରଣଙ୍କ ପାଇଁ ଥିବା ସୁବିଧା ସୁଯୋଗ ଲୁଟି ଖାଇବାରେ ଲାଗି ପଡିଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା ଗରିବ ଖଟିଖିଆଙ୍କ ପାଖରେ ପହଞ୍ଚି ପାରୁନାହିଁ । କେନ୍ଦ୍ର ସରକାରଙ୍କ ଯୋଜନାରୁ ମଧ୍ୟ ଅର୍ଥ ବାଟମାରଣା ହେଉଛି ବୋଲି ଅଭିଯୋଗ କରିଛନ୍ତି ଅସନ୍ତୁଷ୍ଟ ବିଜେଡି କର୍ମୀ । ଏହିସବୁ କାରଣରୁ ବିଜେଡ଼ି ଦଳ ଛାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଯୁବ ସଂଗଠକ ମଙ୍ଗଳା ପ୍ରସାଦ ପରିଡାଙ୍କୁ ଜଳେଶ୍ୱରପଡା ପଞ୍ଚାୟତ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଜେପି ନେତା ସରୋଜ ମିଶ୍ର, ଅଭୟ ରାଉତ, ଦିଲ୍ଲୀପ ନାୟକ, ସନ୍ତୋଷ ସାମନ୍ତରାୟ, ରଂଜିତ ରାଉତରାୟ , କୈଳାସ ନାୟକ, ସୁଦାମ ପରିଡା ଓ ଯୁବ ନେତା ପ୍ରିୟବ୍ରତ ବିଶ୍ଵାଳ, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ