Masthead

କାକଟପୁରରେ ବିଜେପିର ମିଶ୍ରଣ ପର୍ବ

କାକଟପୁର, (ବଡ଼ ଖବର ବ୍ୟୁରୋ) : କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତର ଶତାଧିକ ବିଜେଡିକର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ । ଦୀର୍ଘଦିନ ଧରି ବିଜୁ ଜନତା ଦଳ ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଶାସକ ଦଳର ନେତମାନେ ଜନସାଧାରଣଙ୍କ ପାଇଁ ଥିବା ସୁବିଧା ସୁଯୋଗ ଲୁଟି ଖାଇବାରେ ଲାଗି ପଡିଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା ଗରିବ ଖଟିଖିଆଙ୍କ ପାଖରେ ପହଞ୍ଚି ପାରୁନାହିଁ । କେନ୍ଦ୍ର ସରକାରଙ୍କ ଯୋଜନାରୁ ମଧ୍ୟ ଅର୍ଥ ବାଟମାରଣା ହେଉଛି ବୋଲି ଅଭିଯୋଗ କରିଛନ୍ତି ଅସନ୍ତୁଷ୍ଟ ବିଜେଡି କର୍ମୀ । ଏହିସବୁ କାରଣରୁ ବିଜେଡ଼ି ଦଳ ଛାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଯୁବ ସଂଗଠକ ମଙ୍ଗଳା ପ୍ରସାଦ ପରିଡାଙ୍କୁ ଜଳେଶ୍ୱରପଡା ପଞ୍ଚାୟତ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଜେପି ନେତା ସରୋଜ ମିଶ୍ର, ଅଭୟ ରାଉତ, ଦିଲ୍ଲୀପ ନାୟକ, ସନ୍ତୋଷ ସାମନ୍ତରାୟ, ରଂଜିତ ରାଉତରାୟ , କୈଳାସ ନାୟକ, ସୁଦାମ ପରିଡା ଓ ଯୁବ ନେତା ପ୍ରିୟବ୍ରତ ବିଶ୍ଵାଳ, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି