Masthead

ସାମ୍ବାଦିକ ଗିରଫ, ଢାଲ ସାଜିଥିଲା ୱେବ ଚ୍ୟାନେଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୱେବ ଚ୍ୟାନେଲକୁ ଢାଲ କରି ବେଶ୍ ଭଲ ଦି’ପଇସା ରୋଜଗାର କରୁଥିବା ୬ସାମ୍ବାଦିକଙ୍କ ପାଇଁ ଅଡୁଆ ବଢିଛି । ଏମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ଏକ ଘିଅ କମ୍ପାନିର ମାଲିକଙ୍କୁ ଲକ୍ଷାଧିକ ଟଙ୍କା ବଟି ମାଗିବା ଅଭିଯୋଗରେ ୫ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ ଘଟଣାରେ ସମ୍ପୃକ୍ତ ସାତଜଣ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘିଅକମ୍ପାନିରେ ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ବାଟି ମାଗୁଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଆଜି ୬ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧରୁ ୫ଜଣ ଏକ ୱେବ ଚ୍ୟାନେଲର ସାମ୍ବାଦିକ ଅଟନ୍ତି ।

ଏମାନେ ସମୃକ୍ତ କମ୍ପାନିରୁ ପ୍ରଥମ କିସ୍ତିରେ ୯୯ହଜାର ଓ ଦ୍ୱୀତିୟ କିସ୍ତିରେ ୩୧ହଜାର ଟଙ୍କା ଆଦୟ କରିଥିଲେ । ଏମାନେ ବିନା ପଞ୍ଜିକରନରେ ୱେବ ଚ୍ୟାନେଲ ଚଲାଉଥିଲେ । ଯାହାକୁ ଢାଲ କରି ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଟଙ୍କା ଆଦୟ କରୁଥିଲେ । ଆଜି ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଦୁଇଟି କାର, ଚାରିଟି ବାଇକ, ୩୧ହଜାର ଟଙ୍କା, ଆଇକାର୍ଡ ଓ ୧୧ଟି ମୋବାଇଲ ପୋଲିସ ଜବତ କରିଛି । ସମ୍ପୃକ୍ତ ଚ୍ୟାନେଲର ଅଫିସ ଉପରେ ମଧ୍ୟ ପୋଲିସ ରେଡ୍ କରିଛି । ସେମାନଙ୍କ ବିରୁଦ୍ଧରେ ଡକାୟତି ମାମଲାରେ ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି । ଏଭଳି ସାମ୍ବାଦିକଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି ଡିସିପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ