ସାମ୍ବାଦିକ ଗିରଫ, ଢାଲ ସାଜିଥିଲା ୱେବ ଚ୍ୟାନେଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୱେବ ଚ୍ୟାନେଲକୁ ଢାଲ କରି ବେଶ୍ ଭଲ ଦି’ପଇସା ରୋଜଗାର କରୁଥିବା ୬ସାମ୍ବାଦିକଙ୍କ ପାଇଁ ଅଡୁଆ ବଢିଛି । ଏମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ଏକ ଘିଅ କମ୍ପାନିର ମାଲିକଙ୍କୁ ଲକ୍ଷାଧିକ ଟଙ୍କା ବଟି ମାଗିବା ଅଭିଯୋଗରେ ୫ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ ଘଟଣାରେ ସମ୍ପୃକ୍ତ ସାତଜଣ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘିଅକମ୍ପାନିରେ ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ବାଟି ମାଗୁଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଆଜି ୬ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧରୁ ୫ଜଣ ଏକ ୱେବ ଚ୍ୟାନେଲର ସାମ୍ବାଦିକ ଅଟନ୍ତି ।

ଏମାନେ ସମୃକ୍ତ କମ୍ପାନିରୁ ପ୍ରଥମ କିସ୍ତିରେ ୯୯ହଜାର ଓ ଦ୍ୱୀତିୟ କିସ୍ତିରେ ୩୧ହଜାର ଟଙ୍କା ଆଦୟ କରିଥିଲେ । ଏମାନେ ବିନା ପଞ୍ଜିକରନରେ ୱେବ ଚ୍ୟାନେଲ ଚଲାଉଥିଲେ । ଯାହାକୁ ଢାଲ କରି ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଟଙ୍କା ଆଦୟ କରୁଥିଲେ । ଆଜି ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଦୁଇଟି କାର, ଚାରିଟି ବାଇକ, ୩୧ହଜାର ଟଙ୍କା, ଆଇକାର୍ଡ ଓ ୧୧ଟି ମୋବାଇଲ ପୋଲିସ ଜବତ କରିଛି । ସମ୍ପୃକ୍ତ ଚ୍ୟାନେଲର ଅଫିସ ଉପରେ ମଧ୍ୟ ପୋଲିସ ରେଡ୍ କରିଛି । ସେମାନଙ୍କ ବିରୁଦ୍ଧରେ ଡକାୟତି ମାମଲାରେ ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି । ଏଭଳି ସାମ୍ବାଦିକଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି ଡିସିପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!