Masthead

ଅବକାରୀ ଏସଆଇଙ୍କ ଗିରଫ ଦାବିରେ ସାମ୍ବାଦିକଙ୍କ ଆନ୍ଦୋଳନ 

ନୟାଗଡ଼(ବଡ଼ ଖବର ବ୍ୟୁରୋ) : ଶୁକ୍ରବାର ନୟାଗଡ଼ରେ ସାମ୍ବାଦିକଙ୍କୁ ଅବକାରୀ କର୍ମଚାରୀଙ୍କ ଆକ୍ରମଣ  ।  ଶୁକ୍ରବାର ମଦ ସିଜ ଘଟଣାରେ ଫଟୋ ଉତ୍ତୋଳନ କରିବାକୁ ଅବକାରୀ କାର୍ଯ୍ୟାଳୟକୁ ଯାଇଥିବା ସମୟରେ କିଛି ସାମ୍ବାଦିକଙ୍କୁ ଅବକାରୀ ସବ୍ ଇନସ୍ପେକ୍ଟର ଧକ୍କା ମାରିବା ସହିତ ଅଶ୍ଳୀଳ  ଭାଷାରେ ଗାଳିଗୁଲଜ କରିଥିଲେ  । ଏନେଇ ସାମ୍ବାଦିକ ସଙ୍ଘ ତରଫରୁ ନୟାଗଡ଼ ଟାଉନ ଥାନାରେ ଏତଲା ଦିଆଯାଇଥିଲା  । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟାରେ ସରକାରୀ ମଦ ଦୋକାନରେ ଡୁପ୍ଲିକେଟ ମଦ ବିକ୍ରି କରାଯାଉଥିବା ଅଭିଯୋଗ ପରେ ଶୁକ୍ରବାର କଟକ ସ୍କ୍ୱାର୍ଡ଼ ଏବଂ ନୟାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ବ୍ୟାପକ ମଦ ଜବତ କରି ନୟାଗଡ଼ ଅଫିସକୁ ଆଣିଥିଲେ  ।

ଏ ସମ୍ପର୍କରେ ଖବର ପାଇଁ କିଛି ଘରୋଇ ସମ୍ବାଦିକ ଫଟୋ ଉଠାଇବା ପାଇଁ ଅବକାରୀ ସୁପରିନଟେଣ୍ଟ ପାଖକୁ ଯାଇଥିଲେ  । ମୋବାଇଲି କାର୍ଯ୍ୟାଳୟଠାରେ ଭିଡିଓ ରେକଡ଼ିଙ୍ଗ କରୁଥିବା ସମୟରେ ସବ ଇନିସ୍ପେକ୍ଟର ଧନଞ୍ଜୟ ପାତ୍ର ହଠାତ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଧକ୍କା ମରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ  । ସାମ୍ବାଦିକ ପରିଚୟ ଦେଇଥିଲେ ମଧ୍ୟ ସମ୍ପୃକ୍ତ ସବ ଇନସ୍ପେକ୍ଟରଙ୍କ ରାଗ ଶାନ୍ତ ପଡ଼ିନଥିଲା  ।

କାର୍ଯ୍ୟାଳୟ ବାହାରକୁ ଆସି ମଧ୍ୟ୍ୟ ସାମ୍ବାଦିକଙ୍କୁ ଧକ୍କା ମାରିଥିଲେ ।  ପରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଏକଜୁଟ୍ ହୋଇ ସମ୍ପୃକ୍ତ ସବ ଇନିସ୍ପେକ୍ଟରଙ୍କ ଗିରଫ ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ  । ସେପଟେ ଟାଉନ ଥାନାରେ ଅଭିଯୋଗ ପରେ ଧନଞ୍ଜୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ   । କିନ୍ତୁ କୌଣସି ସମାଧାନ ମିଳିପାରିନଥିବାରୁ ଶୁକ୍ରବାର ରାତିରୁ ଶନିବାର ସକାଳ ଯାଏଁ ସମସ୍ତ ସାମ୍ବାଦିକ ଧାରଣାରେ ବସିଛନ୍ତି  । ଯଦି ଆଜି ବି ତାଙ୍କ କଥା ବୁଝାନଗଲା ତେବେ ରବିବାର ସମସ୍ତ ଜିଲ୍ଲାରୁ ସାମ୍ବାଦିକ ଆସି ସେଠାରେ ଉପସ୍ଥିତ ରହିବେ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି